ପୁଣି ଆରମ୍ଭ ହେଲା ଅପରେସନ୍‌ ଅଲ୍‌-ଆଉଟ୍‌, ସେନା ଟାର୍ଗେଟରେ ଏହି ୬ ମୋଷ୍ଟ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ

Advertisment
ପୁଣି ଆରମ୍ଭ ହେଲା ଅପରେସନ୍‌ ଅଲ୍‌-ଆଉଟ୍‌, ସେନା ଟାର୍ଗେଟରେ ଏହି ୬ ମୋଷ୍ଟ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ

DefenceLover

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ବର୍ତ୍ତମାନ୍‌ ସେନା ଫୁଲ୍‌ ଦମ୍‌ରେ ଆରମ୍ଭ କରିଛି ଅପରେସନ ଅଲ୍‌-ଆଉଟ୍‌ । ରମ୍‌ଜାନ ପର୍ବ ହେତୁ ଏହି ଅପରେସନ୍‌ ବନ୍ଦ ରଖିଥିଲା ସେନା। କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀଙ୍କ ମୂଳୋତ୍ପାଟନ ଲାଗି ସେନା ଚଳାଇଛି ଅପରେସନ୍‌। ମିଳିଥିବା ସୂଚନା ଅନୁସାରେ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବା ଏ ପ୍ଲସ୍‌ ପ୍ଲସ୍‌ ଶ୍ରେଣୀର ୬ ଜଣ ଉଗ୍ରପନ୍ଥୀ ସେନାର ମୋଷ୍ଟ ଓ୍ଵାଣ୍ଟେଡ୍‌ ତାଲିକାରେ ଅଛନ୍ତି। ସେମାନେ ହେଲେ ରିୟାଦ୍‌ ନିକୁ, ଜାକିର୍‌ ରସିଦ୍‌ ଭଟ୍ଟ, ଜୀନତ୍‌ ଉଲ ଇସଲାମ୍‌, ଡ.ସୈଫୁଲ୍ଲା, ଅଲତାଫ୍‌ କାଚୁର ଓ ନବୀଦ୍‌ ଜାଟ୍ଟ।

ରିୟାଜ୍‌ ଜଣେ କୁଖ୍ୟାତ ଆତଙ୍କବାଦୀ। ସେ ପୁଲଓ୍ଵାମା ଜିଲ୍ଲାର ବେଗ୍‌ପୋରାର ବାସିନ୍ଦା। ସେହି ପରି ଜାକିର ରସିଦ ଭଟ୍ଟ ମଧ୍ୟ ଜଣେ ସକ୍ରିୟ ଉଗ୍ରପନ୍ଥୀ। ସେ ଜାକିର ମୁଷା ନାମରେ କୁଖ୍ୟାତ। ଜିନତ୍‌ ଉଲ୍‌ ଇସଲାମ୍‌ କଶ୍ମୀର ସୋପିଆଁ ଜିଲ୍ଲାର ହିଜ୍‌ବୁଲ୍‌ କମାଣ୍ଡର ଓ ସୈଫୁଲ୍ଲା ଶ୍ରୀନଗରର ହିଜ୍‌ବୁଲ୍‌ କମାଣ୍ଡର, କିନ୍ତୁ ତାଙ୍କ ଘର ପୁଲଓ୍ଵାମାର ମଲାଙ୍ଗପୋରା। ଅଲତାଫ୍‌ କାଚ୍‌ରୁ ମଧ୍ୟ ଜଣେ ହିଜ୍‌ବୁଲ କମାଣ୍ଡର। ତାଙ୍କୁ ସଂଗଠନ ପକ୍ଷରୁ କୁଲ୍‌ଗାମ୍‌ ଦାୟିତ୍ୱ ଦିଆଯାଇଛି। ସାମ୍ବାଦିକ ସୁଜାତ୍‌ ବୁଖାରୀଙ୍କ ହତ୍ୟାକାରୀ ନବୀଦ୍‌ ଜାଟ୍ଟ୍‌ ଜଣେ ପାକିସ୍ତାନୀ ଉଗ୍ରପନ୍ଥୀ। ସେ ଲସ୍କର୍‌ -ଏ-ତୋଇବା ସହ ଜଡ଼ିତ।

publive-image Namami Bharat

ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡ ଭିଆଉ ଥିବା ଏହି ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ଏନ୍‌କାଉଣ୍ଟର କରିବା ବର୍ତ୍ତମାନ ସେନା ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ। ସାମ୍ବାଦିକ ସୁଜାତ୍‌ ବୁଖାରୀ ଓ ସହିଦ୍‌ ଯବାନ୍‌ ଔରଙ୍ଗଜେବ୍‌ଙ୍କ ହତ୍ୟାକାରୀଙ୍କୁ ଠାବ କରିବା ସେନାର ପ୍ରାଥମିକତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe