ଭାରତର ଅପରେସନ୍‌ ଅର୍ଜୁନ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ ରେଞ୍ଜର୍ସ, ଅସ୍ତ୍ରବିରତି ପାଇଁ ଅନୁରୋଧ

Advertisment
ପ୍ରଧାନମନ୍ତ୍ରୀଙ୍କ ଅସନ୍ତୋଷ ପରେ ବିଏସଏଫ ଜବାନଙ୍କ ଦରମାକାଟ ନିର୍ଦ୍ଦେଶ ବାତିଲ

ନୂଆଦିଲ୍ଲୀ: ପାକିସ୍ତାନ ଭାରତର ଯବାନ, ନିରିହ ଜନସାଧାରଣଙ୍କୁ ହତ୍ୟା କରିବା ସହିତ ଭାରତୀୟ ଗ୍ରାମଗୁଡ଼ିକ ଉପରେ ବାରମ୍ବାର ଗୁଳିଗୋଳା ମାଡ଼ କରୁଥିବା ପ୍ରତିବାଦରେ ଭାରତ ପକ୍ଷରୁ ଅପରେସନ୍‌ ଅର୍ଜୁନ ଆରମ୍ଭ ହୋଇଛି। ଏଥିରେ ପାକିସ୍ତାନର ପୂର୍ବତନ ଓ ବର୍ତ୍ତମାନ ଆର୍ମି ଅଫିସରମାନଙ୍କ ଫାର୍ମ ଓ ଘରକୁ ଟାର୍ଗେଟ କରାଯାଉଛି। ଏଥିରେ ବ୍ୟତିବ୍ୟସ୍ତ ହୋଇ ପାକିସ୍ତାନ ଏବେ ଅସ୍ତ୍ରବିରତି ପାଇଁ ଭାରତକୁ ଅନୁରୋଧ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଭାରତ ଏବେ ପାକିସ୍ତାନର ଅବସରପ୍ରାପ୍ତ ସେନା ଅଧିକାରୀ, ଆଇଏସଆଇ ଅଧିକାରୀ ଓ ପାକିସ୍ତାନ ରେଞ୍ଜର୍ସ ଅଫିସର ମାନଙ୍କ ଘର ଓ ଫାର୍ମକୁ ଟାର୍ଗେଟ କରିଛି। କାରଣ ଏହିମାନେ ହିଁ ଆତଙ୍କବାଦୀ ଓ ଅନୁପ୍ରବେଶକାରୀମାନଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ସୀମାନ୍ତରେ ସ୍ଥାନ ଦେବା ସହିତ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ତେଣେୁ ବିଏସଏଫର ଏହି ଅପରେସନ୍‌ ପାକିସ୍ତାନର ଚିନ୍ତା ବଢ଼ାଇ ଦେଇଛି। ପାକିସ୍ତାନ ପକ୍ଷରୁ ଏଥିପାଇଁ ଦୁଇଥର ବିଏସଫ ଅଧିକାରୀଙ୍କୁ ଅସ୍ତ୍ରବିରତି ପାଇଁ ଅନୁରୋଧ କରାଯାଇଛି।
ପାକିସ୍ତାନ ରେଞ୍ଜର୍ସ ପଞ୍ଜାବ ଡିଜି ମେଜର ଜେନେରାଲ ଅଜଗର ନାଭିଦ ହୟାତ ଖାଁ ବିଏସଫ ନିର୍ଦ୍ଦେଶକ କେ କେ ଶର୍ମାଙ୍କୁ ଗତ ସେପ୍ଟେମ୍ବର ୨୨ ତାରିଖ ଓ ୨୬ ତାରିଖରେ ଦୁଇ ଥର ଫୋନ କରି ଫାୟାରିଂ ବନ୍ଦ ପାଇଁ ଅନୁରୋଧ କରିଛନ୍ତି।
ତେବେ ବିଏସଏଫ ନିର୍ଦ୍ଦେଶକ ଶର୍ମା ପାକିସ୍ତାନ ପଟୁ ଭାରତର ନାଗରିକଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଏହି ଫୋନ ବାର୍ତ୍ତାଳାପ ସମୟରେ କଡ଼ା ଚେତାବନୀ ଦେଇଛନ୍ତି। ଖାଁଙ୍କୁ ଜବାବ ଦେଇ ଶ୍ରୀ ଶର୍ମା କହିଛନ୍ତି ଯେ ୧୨ ଚେନାବ ରେଞ୍ଜର୍ସର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ଇରଫାନଙ୍କ ଉସ୍‌କାଇବା କାର୍ଯ୍ୟ ଯୋଗୁଁ ଭାରତ ତାର ପ୍ରତି ଜବାବ ରଖିବାକୁ ବାଧ୍ୟ ହେଉଛି।
ସୂଚନାଯୋଗ୍ୟ ଯେ ଅପରେସନ ଅର୍ଜୁନ ମାଧ୍ୟମରେ ଭାରତ ଛୋଟ, ମଧ୍ୟମ ଧରଣର ଅସ୍ତ୍ର ବ୍ୟବହାର କରି ପାକିସ୍ତାନ ରେଞ୍ଜର୍ସର ୭ ଜଣ ପୂର୍ବତନ ଅଧିକାରୀଙ୍କର ପ୍ରଭୂତ କ୍ଷତି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe