ବର୍ବରତାର ଜବାବ ଦେଲା ଭାରତ, ଜଣେ ପାକ୍‌ ସ୍ନାଇପର୍‌ ନିପାତ

Advertisment

ରାଜୌରି, ପୁଞ୍ଚ୍‌ରେ ଗୁଳି ବିନିମୟ ଜାରି

ରାଜୌରି, ପୁଞ୍ଚ୍‌ରେ ଗୁଳି ବିନିମୟ ଜାରି

ବର୍ବରତାର ଜବାବ ଦେଲା ଭାରତ, ଜଣେ ପାକ୍‌ ସ୍ନାଇପର୍‌ ନିପାତ

ଶ୍ରୀନଗର: କଶ୍ମୀରର ରାଜୌରି ସେକ୍ଟରରେ ପାକିସ୍ତାନ ସେନାର କାପୁରୁଷୋଚିତ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ଶନିବାର ପାକିସ୍ତାନ ବ୍ୟାଟ୍‌ ଟିମ୍‌ର ଅତର୍କିତ ଆକ୍ରମଣରେ ଭାରତୀୟ ସେନାର ଜଣେ ମେଜର ଓ ୩ ଜଣ ଯବାନ ସହିଦ ହୋଇଯାଇଥିଲେ। ଆଜି ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି । ରାଜୌରି ଏବଂ ପୁଂଚ୍‌ ସେକ୍ଟରରେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ପାକ୍‌ ବ୍ୟାଟ୍‌ ଟିମ୍‌ର ଜଣେ ସ୍ନାଇପର୍‌ ନିପାତ ହୋଇଛି। ଗତକାଲି ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ସ୍ନାଇପର୍‌ଙ୍କୁ ବ୍ୟବହାର କରିଥିବା ଜଣାପଡ଼ିବା ପରେ ଭାରତୀୟ ସେନା ଏହାର ଜୋରଦାର୍‌ ଜବାବ ଦେଉଛି। ଏଲ୍‌ଓସିରେ ପାକିସ୍ତାନ ରେଞ୍ଜର୍ସ କେତେକ ସ୍ଥାନରେ ପୋଷ୍ଟ୍‍ ଛାଡ଼ି ଛତ୍ରଭଂଗ ଦେଇଥିବା ମଧ୍ୟ ଜଣାପଡ଼ିଛି ।

ଉଭୟ ପଟୁ ଗୁଳିବର୍ଷାରେ ସୀମାନ୍ତ ଅଞ୍ଚଳରେ ପୁଣି ଆତଙ୍କ ସୃଷ୍ଟି ହୋଇଛି । ପାକ୍‌ ରେଞ୍ଜର୍ସମାନେ ପୁଞ୍ଚ ଜିଲ୍ଲାରେ ଭାରତୀୟ ପୋଷ୍ଟ ଓ ସୀମାନ୍ତ ଗ୍ରାମଗୁଡ଼ିିକୁ ସ୍ୱୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରୁଥିବାରୁ ଭାରତ ମଧ୍ୟ ୩୦ରୁ ଅଧିକ ସ୍ଥାନରେ ପାକିସ୍ତାନକୁ ଟାର୍ଗେଟ୍‌୍‌ କରିଛି। ଏଲ୍‌ଓସିଠାରୁ ୨ କିମି ମଧ୍ୟରେ ଥିବା ସରୟା, ଖାମ୍ବା, ଭାଓ୍ଵନି, କଲସିଆନ ଓ ମହନପୁର ଆଦି ୭ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାକିସ୍ତାନ ଟାର୍ଗେଟ୍‌ କରିଥିବାରୁ ଲୋକଙ୍କୁ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି । ପାକ୍‌ ସେନା ବିନା ଉତ୍ତେଜନାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସୀମାରେ ଉତ୍ତେଜନା ସୃଷ୍ଟି କରିଥିବାରୁ ଏହାର କଡ଼ା ଜବାବ ଦେବାକୁ ସେନା ରଣକୌଶଳ ନିର୍ଦ୍ଧାରଣ କରିଛି। ଆବଶ୍ୟକସ୍ଥଳେ ଭାରୀ ଯୁଦ୍ଧାସ୍ତ୍ର ଦ୍ୱାରା ଭାରତ ପକ୍ଷରୁ କଡ଼ା ଜବାବ ଦିଆଯିବ ବୋଲି ସୂଚନା ମିଳିଛି।

ଗତକାଲି ପାକିସ୍ତାନର କାପୁରୁଷୋଚିତ ଆକ୍ରମଣକୁ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କଡ଼ା ସମାଲୋଚନା କରିଛନ୍ତି। ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବା ଉଦ୍ୟମରେ ପାକିସ୍ତାନ ବିଫଳ ହେବାପରେ ହତୋତ୍ସାହିତ ହୋଇ ଏଭଳି କରିଥିବା ସେ କହିଛନ୍ତି। ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଚଳିତ ବର୍ଷ ୭୨୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି । ଗତବର୍ଷ ଏହି ସଂଖ୍ୟା ୪୪୯ ଥିଲା। ଗତକାଲି ପାକିସ୍ତାନର ଆକ୍ରମଣରେ ଭାରତୀୟ ସେନାର ମେଜର ପ୍ରଫୁଲ୍ଲ ଅମ୍ବାଦାସ, ଲାନ୍‌୍‌ସ ନାୟକ ଗୁରମେଲ୍‌୍‌ ସିଂହ, ସିପାହି ପ୍ରଗତ ସିଂହ ଓ ଅନ୍ୟ ଜଣେ ସେନା ସହାୟକ ସହିଦ ହୋଇଯାଇଥିଲେ। କଶ୍ମୀରରେ କେବଳ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ପାକିସ୍ତାନ କିଛି ବି ହାସଲ କରିପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe