ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଘଟଣା ପୂର୍ବରୁ ପିଛା କରିବା ସହ ଅସଦାଚରଣ କରୁଥିଲା ଅଭିଯୁକ୍ତ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଘଟଣା ପୂର୍ବରୁ ପିଛା କରିବା ସହ ଅସଦାଚରଣ କରୁଥିଲା ଅଭିଯୁକ୍ତ

aajtak

ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନୋଟିସ୍ ଜାରି କରିଛନ୍ତି । ଏଣିକି ଏହି ବିବାଦୀୟ ଓ ଜଘନ୍ୟ ଘଟଣାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ତେବେ ଏ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ ଭଳି ଅପରାଧ କରିଥିବା ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ମଧ୍ୟ  ପିଛା କରି ତାଙ୍କ ସହ ଅସଦାଚରଣ କରୁଥିବା ଜଣାପଡ଼ିଛି।

publive-image The Jakarta Post

ପୀଡ଼ିତାଙ୍କ ପଡ଼ୋଶୀ ଜାତୀୟ ଗଣମାଧ୍ୟମକୁ ଏ ବିଷୟରେ ଜଣାଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦିପ ପୀଡ଼ିତାଙ୍କ ପିଛା କରିବା ସହ ଅଶାଳୀନ ବ୍ୟବହାର କରୁଥିଲା ବୋଲି ପୀଡ଼ିତାଙ୍କ ପଡ଼ୋଶୀ ଜଣାଇଛନ୍ତି। ପୀଡ଼ିତା ତାଙ୍କ ମା’ଙ୍କ ସହ ବଜାରକୁ ଯାଉଥିବା ବେଳେ ସବୁ ଲୋକଙ୍କ ଆଗରେ ସନ୍ଦିପ ପୀଡ଼ିତାଙ୍କ ହାତ ଧରିଥିଲା, କିନ୍ତୁ କେହି କିଛି କହିନଥିଲେ। ଏହା ସହ ସେ ନିଜେ ମଧ୍ୟ ଏଭଳି ହେଉଥିବାର ଦେଖିଥିବା କହିଛନ୍ତି। ସନ୍ଦିପର ବାପାଙ୍କୁ ମଧ୍ୟ ପୀଡ଼ିତାର ବାପା ସବୁ ଜଣାଇବା ପରେ ଅଭିଯୁକ୍ତକୁ ଘର ଲୋକେ ମାଡ଼ ମାରିଥିଲେ, ଯାହାର କିଛି ଦିନ ପରେ ଏଭଳି ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe