Image Courtesy of NDTV
ଜେରୁଜେଲମ୍: ଆବଶ୍ୟକ ଥିବାଯାଏଁ ଇସ୍ରାଏଲ୍ ଗାଜା ଉପରେ ଆକ୍ରମଣ ଚାଲୁ ରଖିବା ସହ ସାଧାରଣ ନାଗରିକଙ୍କ ମୃତ୍ୟୁ ଏଡ଼ାଇବାକୁ ଯଥା ସମ୍ଭବ ଯତ୍ନବାନ ହେବେ ବୋଲି ଇସ୍ରାଏଲ୍ ଉପରକୁ ରକେଟ୍ ନିକ୍ଷେପ କରି ପ୍ରାୟ ସପ୍ତାହେ ହେବ ତିକ୍ତତା ଆରମ୍ଭ କରିଥିବା ହମାସ୍କୁ ନିନ୍ଦା କରି ଶନିବାର ଦିନ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି।
ଟେଲିଭିଜନ୍ରେ ପ୍ରସାରିତ ଭାଷଣରେ ନେତାନ୍ୟହୁ କହିଛନ୍ତି, ଏହି ସଂଘର୍ଷ ପାଇଁ ଆମେ ନୋହୁଁ, ଆମକୁ ଆକ୍ରମଣ କରୁଥିବା ପକ୍ଷ ଦାୟୀ। ଆମର ପ୍ରତିଆକ୍ରମଣ ଅଭିଯାନ ସରିନାହିଁ, ଏବେ ମଧ୍ୟ ଚାଲିଛି ଏବଂ ଆବଶ୍ୟକ ଥିବାଯାଏଁ ଚାଲିବ।
Image Courtesy of The Irish Timesସାଧାରଣ ନାଗରିକମାନଙ୍କ ପଛରେ ଆତ୍ମଗୋପନ କରି ଜାଣିଶୁଣି ସାଧାରଣ ନାଗରିକଙ୍କର କ୍ଷତି କରୁଥିବା ହାମାସଙ୍କ ପରି ଆମେ ନୋହୁଁ। ଆମେ ସାଧାରଣ ନାଗରିକମାନଙ୍କୁ ଏଡ଼ାଇ ବା ସେମାନଙ୍କର ଯଥାସମ୍ଭବ କମ୍ କ୍ଷତି କରି ସିଧାସଳଖ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରୁଛୁ।
ରବିବାର ଦିନ ଇସ୍ରାଏଲ୍ ଗାଜାରେ ଥିବା ହମାସର ମୁଖ୍ୟଙ୍କ ବାସଭବନ ଉପରକୁ ବୋମା ନିକ୍ଷେପ କରିଥିବା ସୂଚନା ମିଳିଛି। ସେହିଭଳି, ଇସ୍ଲାମିଷ୍ଟ୍ ଗ୍ରୁପ୍ ମଧ୍ୟ ତେଲ୍ ଅଭିଭା ଉପରକୁ ଗୁଡ଼ାଏ ରକେଟ୍ ନିକ୍ଷେପ କରିଛି।
ଗତରାତି ସାରା ବୋମା ବର୍ଷଣ ଚାଲିଥିବା ବେଳେ ଅନ୍ୟୂନ ୪ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଥିବା କଥା ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଛନ୍ତି।
Follow Us