‘ଅପରେସନ୍‌ ମିଡନାଇଟ୍‌’: ୨୦୦ ଏନ୍‌ଆଇଏ ଅଧିକାରୀ ସାମିଲ, ୬ କଣ୍ଟ୍ରୋଲ ରୁମ୍‌

‘ଅପରେସନ୍‌ ମିଡନାଇଟ୍‌’: ୨୦୦ ଏନ୍‌ଆଇଏ ଅଧିକାରୀ ସାମିଲ, ୬ କଣ୍ଟ୍ରୋଲ ରୁମ୍‌

ନୂଆଦିଲ୍ଲୀ : ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ବିରୋଧରେ ଦେଶବ୍ୟାପୀ ଯେଉଁ ଚଢ଼ଉ ହୋଇଛି ସେନେଇ ସେପ୍ଟେମ୍ବର ୧୯ ତାରିଖରେ ନିଷ୍ପତ୍ତି ହୋଇଥିଲା। ଗୃହ ମନ୍ତ୍ରାଳୟ, ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥ‌ା), ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏବଂ ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) ଅଧିକାରୀମାନେ ସେପ୍ଟେମ୍ବର ୧୯ ତାରିଖରେ ଏନେଇ ରଣନୀତି ପ୍ରସ୍ତୁତ କରିଥିଲେ। ଗୃହ ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ସଂସ୍ଥାର ଶୀର୍ଷ ଅଧିକାରୀମାନେ ଗୁରୁତ୍ବପୂର୍ଣ୍ଣ ବୈଠକ କରିବା ପରେ ପିଏଫ୍‌ଆଇ ବିରୋଧରେ ଚଢ଼ଉ ହୋଇଛି। ଏହା ଥିଲା ‘ଅପରେସନ୍‌ ମିଡନାଇଟ୍‌’।

ମଧ୍ୟରାତ୍ରି ପରେ ଚଢ଼ଉ ଆରମ୍ଭ ‌ହୋଇଥିଲା। ପିଏଫ୍‌ଆଇ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ କୌଣସି ପ୍ରକାର ଗଣ୍ଡଗୋଳ ସୁଯୋଗ ନଦେବାପାଇଁ ଏଭଳି ହୋଇଥିଲା। ଅପରେସନ ପାଇଁ ୬ଟି କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା ହୋଇଥିଲା। ସୂଚନାନୁଯାୟୀ ପିଏଫ୍‌ଆଇ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତଦାରଖ କରୁଛି। ଏନ୍ଆଇଏ, ଇଡି ଏବଂ ରାଜ୍ୟ ପୁଲିସର ମିଳିତ ଅପରେସନ୍‌ରେ ୧୦୬ ଜଣ ଗିରଫ ହେବା ପରେ ସୁରକ୍ଷା ସ୍ଥିତିକୁ ଭଲ ଭାବେ ଯାଞ୍ଚ କରାଯାଉଛି। ୪ ଜଣ ଆଇଜି, ଏଡିଜି, ୧୬ ଜଣ ଏସ୍‌ପିଙ୍କ ସମେତ ପ୍ରାୟ ୨୦୦ ଏନ୍‌ଆଇ ଅଫିସର ଚଢ଼ଉରେ ସାମିଲ ହୋଇଥିଲେ। ୨୦୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଏହି ଚଢ଼ଉ ସମୟରେ ଜବତ ହୋଇଛି। ୧୫୦ ମୋବାଇଲ ଫୋନ୍‌ ଏବଂ ୫୦ରୁ ଅଧିକ ଲାପଟପ୍‌ ମଧ୍ୟ ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe