ଆପ୍‌ ବିଧାୟକଙ୍କ ବିରୋଧରେ ‘ଅପରେସନ ପାପ’ ଖବର ପ୍ରସାରଣ ଉପରେ ରୋକ୍‌ ଲାଗିଲା

Advertisment
ଆପ୍‌ ବିଧାୟକଙ୍କ ବିରୋଧରେ ‘ଅପରେସନ ପାପ’ ଖବର ପ୍ରସାରଣ ଉପରେ ରୋକ୍‌ ଲାଗିଲା

ନୂଆଦିଲ୍ଲୀ : ‘ଅପରେସନ ପାପ’ ଶୀର୍ଷକରେ ଆପ୍‌ ବିଧାୟକ ନରେଶ ବଲ୍ୟାନଙ୍କ ବିରୋଧରେ ନ୍ୟୁଜ୍‌ ଚ୍ୟାନେଲ୍‌ ଟାଇମ୍ସ ନାଓ ନବଭାରତର ଖବର ପ୍ରସାରଣ ଉପରେ ଦିଲ୍ଲୀ କୋର୍ଟ ରୋକ୍‌ ଲଗାଇଛନ୍ତି। ଆପ୍‌ ନେତାଙ୍କ ଦ୍ବାରା ରୁଜୁ ହୋଇଥିବା ଏକ ମାନହାନି ମାମଲାକୁ ଆଧାର କରି ଦ୍ବାରକା କୋର୍ଟର ଏଏସ୍‌ସିଜେ ଅଜୟ କୁମାର ମଲିକ ଏହି ରାୟ ଦେଇଛନ୍ତି। ନ୍ୟୁଜ୍‌‌ରେ ଦାବି ହୋଇଛି ଯେ ବଲ୍ୟାନ ଏବଂ ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ୨ ବ୍ୟବସାୟୀଙ୍କଠାରୁ ବଟି ଆଦାୟ କରୁଥିବା କଥା ହୋଇଛନ୍ତି। ଏନେଇ ଚ୍ୟ‌ାନେଲ ପକ୍ଷରୁ ଏକ ଅଡିଓ କ୍ଲିପ୍‌ ମଧ୍ୟ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅଗଷ୍ଟ ୧୭ରେ କୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇ ଖବର ପ୍ରସାରଣ ଉପରେ ଅଗଷ୍ଟ ୧୮ ପର୍ଯ୍ୟନ୍ତ ରୋକ୍‌ ଲଗାଇଥିଲେ। ଗତକାଲି କୋର୍ଟ ଏହି ନିର୍ଦ୍ଦେଶକୁ ପୁଣି ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe