ଅପରେସନ୍ ପିମ୍ପଲ୍: ଜମ୍ମୁ-କାଶ୍ମୀରରେ ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ

ଶନିବାର ଜମ୍ମୁ-କାଶ୍ମୀରର କୁପଵାଡ଼ାରେ ଭାରତୀୟ ସେନାର ଚିନାର କୋର୍ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ଏହି ଅଭିଯାନର ନାମ ଦିଆଯାଇଛି ‘ଅପରେସନ୍ ପିମ୍ପଲ୍’। ଏହି ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ରେକର୍ଡ କରାଯାଇଛି।

dagdgazvvccv

ଶ୍ରୀନଗର: ଶନିବାର ଜମ୍ମୁ-କାଶ୍ମୀରର କୁପଵାଡ଼ାରେ ଭାରତୀୟ ସେନାର ଚିନାର କୋର୍ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ଏହି ଅଭିଯାନର ନାମ ଦିଆଯାଇଛି ‘ଅପରେସନ୍ ପିମ୍ପଲ୍’। ଏହି ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ରେକର୍ଡ କରାଯାଇଛି। ଚିନାର କୋର୍ କହିଛି ଯେ, କୁପୱାଡ଼ାର କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ବିଷୟରେ ଏଜେନ୍ସିଗୁଡିକରୁ ସୂଚନା ମିଳିଥିଲା। ଏହି ଗୁଇନ୍ଦା ତଥ୍ୟ ଆଧାରରେ ଶୁକ୍ରବାର ଅପରେସନ ଆରମ୍ଭ କରାଯାଇଥିଲା। ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବା ପରେ ଯବାନମାନେ ଆତଙ୍କବାଦୀମାନଙ୍କୁ ଅଟକିବାକୁ କହିଥିଲେ, କିନ୍ତୁ ସେମାନେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ସୁରକ୍ଷା ବଳ ପାଲଟା ଗୁଳିଚାଳନା କରି ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। 

ଅପରେସନ୍ ପିମ୍ପଲ୍ କ’ଣ?
ଅପରେସନ ପିମ୍ପଲ ହେଉଛି କୁପୱାଡାର କେରନ ସେକ୍ଟରରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ଏକ ସୁରକ୍ଷା ଅଭିଯାନ। ଏହି ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯିବା ପରେ ନଭେମ୍ବର ୭ରେ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଯେତେବେଳେ ସତର୍କ ଯବାନମାନେ ଚ୍ୟାଲେଞ୍ଜ କରିଥିଲେ, ଆତଙ୍କବାଦୀମାନେ ମନଇଚ୍ଛା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ଏନକାଉଣ୍ଟର ଆରମ୍ଭ ହୋଇ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଅଞ୍ଚଳରେ ଖୋଜାଖୋଜି ଜାରି ରହିଛି। ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଚିନାର କୋର୍ ଦ୍ୱାରା ଏହି ଅପରେସନ୍ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe