ଦିଲ୍ଲୀରେ ‘ଅପରେସନ୍‌ ସିଲ୍‌ଡ’ ଆରମ୍ଭ, ୨୩ କୋଭିଡ୍‌-୧୯ ହଟ୍‌ସ୍ପଟ୍‌

Advertisment
ଦିଲ୍ଲୀରେ ‘ଅପରେସନ୍‌ ସିଲ୍‌ଡ’ ଆରମ୍ଭ, ୨୩ କୋଭିଡ୍‌-୧୯ ହଟ୍‌ସ୍ପଟ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସତ୍ତ୍ବେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି। ଦିଲ୍ଲୀରେ ୨୩ଟି ଅଞ୍ଚଳକୁ କୋଭିଡ୍‌ -୧୯ର ହଟ୍‌ସ୍ପଟ୍‌ ବିବେଚନା କରାଯାଇଛି ଏବଂ ମୁକାବିଲା ପାଇଁ ‘ଅପରେସନ୍‌ ସିଲ୍‌ଡ’ ଆରମ୍ଭ ହୋଇଛି। ୨୩ ହଟ୍‌ସ୍ପଟ୍‌ ଅଞ୍ଚଳକୁ ସିଲ୍‌ କରି ବ୍ୟାପକ ଯାଞ୍ଚ ଚାଲିଛି। ଏଠାରେ ଲୋକମାନଙ୍କୁ ଘରୁ ବାହାରିବାକୁ ଦିଆଯାଉଛି। ଘରକୁ ଘର ସ୍ବାସ୍ଥ୍ୟ କର୍ମୀ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଅନ୍ୟପକ୍ଷେ ଅତ୍ୟାବଶ୍ୟକ ସାମଗ୍ରୀ ଜିଲ୍ଲା ପ୍ରଶାସନଙ୍କ ଦ୍ବାରା ଘରେ ଘରେ ପହଞ୍ଚିବ ବୋଲି କୁହାଯାଇଛି। ପୂର୍ବ ଦିଲ୍ଲୀରେ ସମୁଦାୟ ୯ଟି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। କରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାର ପୁଣି ୧୩ଟି ସ୍ଥାନକୁ ସିଲ୍‌ କରିଦେଇଛନ୍ତି। ଜାତୀୟ ରାଜଧାନୀରେ ୧୩ଟି, ନଏଡ଼ାରେ ୨୨ଟି, ଗାଜିଆବାଦ୍‌ର ୧୩ଟି ଅଞ୍ଚଳକୁ ବୁଧବାର ମଧ୍ୟରାତ୍ରିରେ ସିଲ୍‌ କରାଯାଇଛି। ଦିଲ୍ଲୀରେ ଏହି ପ୍ରକ୍ରିୟାକୁ ସମୀକ୍ଷା କରାଯିବ କିନ୍ତୁ ନଏଡ଼ା ଏବଂ ଗାଜିଆବାଦ୍‌ ଏପ୍ରିଲ ୧୫ ପର୍ଯ୍ୟନ୍ତ ସିଲ୍ ରହିବ। ନଏଡ଼ାରେ ୨୫ଟି ସ୍ଥାନ ସିଲ୍‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe