Advertisment

ଅପରେସନ୍‌ ଶିବଶକ୍ତି: ପୁଞ୍ଚରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିପାତ

Advertisment

ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାର ଦିଗୱର ସେକ୍ଟର  ନିୟନ୍ତ୍ରଣ ରେଖା ନିକଟରେ ଆଜି ସେନାବାହିନୀ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛି।  ସେନାର ‘ଅପରେସନ୍‌ ଶିବଶକ୍ତି’ରେ ଆଜି ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାର ଦିଗୱର ସେକ୍ଟର  ନିୟନ୍ତ୍ରଣ ରେଖା ନିକଟରେ ଆଜି ସେନାବାହିନୀ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛି।  ସେନାର ‘ଅପରେସନ୍‌ ଶିବଶକ୍ତି’ରେ ଆଜି ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

hfshfhfsxbvbv

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାର ଦିଗୱର ସେକ୍ଟର  ନିୟନ୍ତ୍ରଣ ରେଖା ନିକଟରେ ଆଜି ସେନାବାହିନୀ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛି।  ସେନାର ‘ଅପରେସନ୍‌ ଶିବଶକ୍ତି’ରେ ଆଜି ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶ୍ରୀନଗର ନିକଟବର୍ତ୍ତୀ ଜଙ୍ଗଲରେ ‘ଅପରେସନ୍‌ ମହାଦେବ’ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସୁଲେମାନ ଶାହ ଓରଫ୍‌ ମୁସା ସମେତ ୩ ଆତଙ୍କବାଦୀ ନିପାତ ହେବାପରେ ଆଜି ‘ଅପରେସନ୍‌ ଶିବଶକ୍ତି’ରେ ଆଉ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ୨ ଜଣ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ନିପାତ କରାଯାଇଛି ବୋଲି ସେନାର ଜମ୍ମୁ ହ୍ବାଇଟ୍‌ ନାଇଟ୍‌ କର୍ପ‌୍ସ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛି।  ଏହି  ୨ ଆତଙ୍କବାଦୀ ଲସ୍କର ଏ ତୋଏବା ଆତଙ୍କବାଦୀ ଗୋଷ୍ଠୀର ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ,  ମଙ୍ଗଳବାର ବିଳମ୍ବିତ ରାତିରେ ଦିଗୱର ସେକ୍ଟରରେ ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ମିଳିବା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପ‌ରେସନ୍‌ ଆରମ୍ଭ ହୋଇଥିଲା। ଅପରେସନ୍‌ ଚାଲିଥିବା ସମୟ‌ରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀ ଗୁଳି ଚାଳନା କରିଥିଲେ। ପାଲଟା ଜବାବ ଦେଇ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚାଳନା କରିବା ଫଳରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏବେ ବି ଅପରେସନ୍‌ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe