ନୂଆଦିଲ୍ଲୀ: ଯୁଦ୍ଧ ଭୂମିରୁ ଜୀବନ ନେଇ ଫେରିଲେ ଭାରତୀତ । ନିଜ ଦେଶରେ ପହଞ୍ଚିବା ପରେ ଶାନ୍ତିରେ ନିଃଶ୍ବାସ ମାରିଲେ ଆଉ ତ୍ରିରଙ୍ଗା ଲହରାଇ ଗର୍ବର ସହ କହିଲେ ଆମେ ଭାରତୀୟ । ହଁ ଆଜ୍ଞା, ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟ ଯେତେବେଳେ ନିଜ ମାଟିକୁ ଫେରି ଆସିଛନ୍ତି ସେତେବେଳେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି ଲାଗୁଛି ସତେ କି ସେମାନେ ନୂଆ ଜୀବନ ଫେରି ପାଇଲେ । ନୁହେଁ ବା କେମିତି- ଯୁଦ୍ଧ ଭୂମିରେ ରହି ଜୀବନକୁ ସୁରକ୍ଷିତ କରିବା ମୁସ୍କିଲ ଆଉ ଏପରି ସ୍ଥଳରେ ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟଙ୍କ ପାଇଁ ନୂଆ ଆଶା ପାଲଟିଛି ଏହି ଅପରେସନ ସିନ୍ଧୁ । ଯୁଦ୍ଧ ଭୂମିରୁ ଫେରୁଛି ଜୀବନ ।  

Advertisment

ଅପରେସନ ସିନ୍ଧୁ ଜରିଆରେ ଇରାନରୁ ସ୍ଵଦେଶ ଫେରୁଛନ୍ତି ଭାରତୀୟ । ସୋମବାର ୨୯୨ଜଣ ଭାରତୀୟଙ୍କୁ ଇରାନରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଛନ୍ତି । ସ୍ବତନ୍ତ୍ର ବିମାରେ ସେମାନେ ସ୍ବଦେଶ ଫେରିବା ପରେ ଶାନ୍ତିରେ ନିଶ୍ବାସ ନେଇଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ କିଏ ଭାରତ ମାତା କି ଜୟ କହୁଛି ତ ଆଉ କିଏ ମାଟିକୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି । ୨୯୨ ଜଣଙ୍କ ମଧ୍ୟରୁ ୧୯୦ଜଣ କାଶ୍ମୀରର ହୋଇଥିବା ଜଣାପଡ଼ିଛି । ଦିଲ୍ଲୀ, ହରିୟାଣା ଓ କର୍ଣ୍ଣାଟକର ମଧ୍ୟ ଅନେକ ଲୋକ ଅଛନ୍ତି । ଏହା ପୂର୍ବରୁ ୧୯ ତାରିଖରେ ୧୧୦ଜଣଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଅଣାଯାଇଥିଲା । ତେବେ ଇରାନରୁ ମୋଟ ୨୨୯୫ ଜଣ ଭାରତୀୟ ସ୍ବଦେଶ ଫେରିଲେଣି ।

ସେହିପରି ୧୬୧ ଜଣଙ୍କୁ ନେଇ ଇସ୍ରାଏଲରୁ ମଧ୍ଯ ଏକ ସ୍ବତନ୍ତ୍ର ବିମାନ ଦିଲ୍ଲୀରେ ପହଞ୍ଚିଛି । ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକ ନିଜ ମାଟିକୁ ଫେରିବା ପରେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଇସ୍ରାଏଲରୁ ଫେରିଥିବା ଭାରତୀୟ ନାଗରିକ ଅରବିନ୍ଦ ଶୁକ୍ଳା କୁହନ୍ତି, ମୁଁ ମୁଁ ଗତ ବର୍ଷ ସେପ୍ଟେମ୍ବରରେ ସେଠାକୁ ଯାଇଥିଲି । ସେଠାରେ ଏବେ ପରିସ୍ଥିତି ଭାଲ ନାହିଁ । ଆମେ ଆମ ମୁଣ୍ଡ ଉପରେ କ୍ଷେପଣାସ୍ତ୍ର ଯାଉଥିବାର ଦେଖିଛୁ । ସେଠାରେ ପ୍ରତି ମୁହୂର୍ତ୍ତ ଭୟଙ୍କର । ଆମେ ହଷ୍ଟେଲରେ ରହୁ, ସାରା ରାତି ସାଇରନ ଶୁଣୁ । ଭୟ ଲାଗେ, ମିସାଇଲ୍ ମାଡ ହେବା ପୂର୍ବରୁ ଆମେ ବଙ୍କରକୁ ଦୌଡ଼ି ପଳାଉ । 

ଅଧିକ ପଢନ୍ତୁ-

ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ ! ୧୨ ଦିନର ଯୁଦ୍ଧରେ ଲାଗିଲା ବିରାମ, ଅସ୍ତ୍ର ବିରତି ଘୋଷଣା କଲେ ଟ୍ରମ୍ପ