Photograph: (Sambad.in)
ନୂଆଦିଲ୍ଲୀ: ବିଶ୍ବ ଜାଣିବ ବଦମାସ୍ ପାକିସ୍ତାନର ସତ । କେମିତି ପାକିସ୍ତାନରୁ ଆତଙ୍କୀସ୍ତାନ ବନିଗଲାଣି ଦେଶ ତାହା ଜାଣିବ ସାରା ବିଶ୍ବ । ଦେଶ ଭିତରେ ଆତଙ୍କବାଦୀଙ୍କୁ ପୋଷି କେମିତି ପାକିସ୍ତାନ ଭାରତ ବିରୋଧରେ ସେମାନଙ୍କୁ ମତାଉଛି ଆଉ ଆତଙ୍କୀ କେମିତି ଭାରତର ଲୋକଙ୍କୁ ହତ୍ୟା କରୁଛନ୍ତି ତାହା ଜାଣିବ ବିଶ୍ବର ବଡ଼ ବଡ଼ ଦେଶ । ଭାରତ-ପାକିସ୍ତାନ ବିବାଦ ସହ ଅପରେସନ ସିନ୍ଦୂର ସତ ଜାଣିବ ସମଗ୍ର ବିଶ୍ବ । ଏନେଇ ଏକ ଟିମ୍ ପୂରା ବିଶ୍ବ ଭ୍ରମଣ କରିବ । ସର୍ବଦଳୀୟ ସାଂସଦଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ବିଭିନ୍ନ ଦେଶକୁ ଗସ୍ତ କରି ସେଠାକାର ସରକାରଙ୍କୁ ପାକିସ୍ତାନର ଅସଲ ଚେହେରା ଓ ତାର ଆତଙ୍କୀ କାର୍ଯ୍ଯକଳାପ କଥା କହିବେ ବୋଲି ସୂଚନା ମିଳିଛି ।
ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଦେଶ ଗସ୍ତକୁ ସଂଯୋଜନା କରୁଥିବା ବେଳେ ଏଥିରେ ସବୁ ଦଳର ସାଂସଦଙ୍କୁ ସାମିଲ କରାଯାଇଛି । ଗୋଟିଏ ଟିମରେ ୫ରୁ ୬ ଜଣ ସାଂସଦ ଗୋଟେ ଗୋଟେ ଦେଶକୁ ଗସ୍ତ କରିବେ । ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ଦେଶ ଗସ୍ତ କରିବେ । ମେ’ ୨୨ ତାରିଖରୁ ଏହି ଗସ୍ତ ଆରମ୍ଭ ହେବାର ସୂଚନା ରହିଛି ।
ଦେଶର ସମ୍ମାନ ଓ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଭାରତର ଅପରେସନ ସିନ୍ଦୂର ଏବଂ ସେଥିରେ ବୀର ଯବାନଙ୍କ ସାହସ କତା ମଧ୍ୟ ସାରା ବିଶ୍ବ ଜାଣିବ । ପହଲଗାମ୍ ହମଲା, ଏବଂ ଅପରେସନ ସିନ୍ଦୂର ପରବର୍ତ୍ତୀ ପାକିସ୍ତାନର ନିରୀହ ନାଗରିକଙ୍କୁ ଆକ୍ରମଣ କଥା ବି ବିଶ୍ବ ଜାଣିବ । ତେବେ ଦେଶ ଭିତରେ ତ୍ରିରଙ୍ଗା ଯାତ୍ରା କରି ଅପରେସନ ସିନ୍ଦୂରର ବାର୍ତ୍ତାକୁ ସାରା ଦେଶରେ ପ୍ରଚାର କରାଯାଉଥିବା ବେଳେ ଏବେ ସାରା ବିଶ୍ବରେ ଅପରେସନ ସିନ୍ଦୂରର ସଫଳତା ସହ ସୈତାନ ପାକିସ୍ତାନର ମୁଖା ବି ଖୋଲାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
Follow Us