Operation SINDOOR: ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇଛି ଅପରେସନ୍ ସିନ୍ଦୂର, ବିଶ୍ଵ ସାମରିକ ରାଙ୍କିଂ ତାଲିକାରେ ସବୁଠୁ ତଳେ ପାକ୍...

Advertisment

ଅପରେସନ୍ ସିନ୍ଦୂରରେ ଭାରତ ସହ ମୁକାବିଲା କରି ଅଣ୍ଟା ଭାଙ୍ଗି ତଳେ ପଡ଼ିଛି ପାକିସ୍ତାନ। ଯେତେ ଚାହିଲେ ବି ଆଉ ଅଣ୍ଟା ସଳଖିପାରୁନି। ଅପରେସନ୍ ସିନ୍ଦୂରରେ ପାକିସ୍ତାନର ସୈନ୍ୟ ଶକ୍ତି ଉପରେ ବଡ଼ ପ୍ରଭାବ ପଡ଼ିଛି। ବିଶ୍ଵ ସାମରିକ ରାଙ୍କିଂ ତାଲିକାରେ ପାକିସ୍ତାନ ସୈନ୍ୟ ଶକ୍ତିର ସ୍ଥାନ ତଳକୁ ଖସିଛି

ଅପରେସନ୍ ସିନ୍ଦୂରରେ ଭାରତ ସହ ମୁକାବିଲା କରି ଅଣ୍ଟା ଭାଙ୍ଗି ତଳେ ପଡ଼ିଛି ପାକିସ୍ତାନ। ଯେତେ ଚାହିଲେ ବି ଆଉ ଅଣ୍ଟା ସଳଖିପାରୁନି। ଅପରେସନ୍ ସିନ୍ଦୂରରେ ପାକିସ୍ତାନର ସୈନ୍ୟ ଶକ୍ତି ଉପରେ ବଡ଼ ପ୍ରଭାବ ପଡ଼ିଛି। ବିଶ୍ଵ ସାମରିକ ରାଙ୍କିଂ ତାଲିକାରେ ପାକିସ୍ତାନ ସୈନ୍ୟ ଶକ୍ତିର ସ୍ଥାନ ତଳକୁ ଖସିଛି

New Project (4)

Operation SINDOOR Photograph: (sambad.in)

ଇସଲାମାବାଦ: ଅପରେସନ୍ ସିନ୍ଦୂରରେ ଭାରତ ସହ ମୁକାବିଲା କରି ଅଣ୍ଟା ଭାଙ୍ଗି ତଳେ ପଡ଼ିଛି ପାକିସ୍ତାନ। ଯେତେ ଚାହିଲେ ବି ଆଉ ଅଣ୍ଟା ସଳଖିପାରୁନି। ଅପରେସନ୍ ସିନ୍ଦୂରରେ ପାକିସ୍ତାନର ସୈନ୍ୟ ଶକ୍ତି ଉପରେ ବଡ଼ ପ୍ରଭାବ ପଡ଼ିଛି। ବିଶ୍ଵ ସାମରିକ ରାଙ୍କିଂ ତାଲିକାରେ ପାକିସ୍ତାନ ସୈନ୍ୟ ଶକ୍ତିର ସ୍ଥାନ ତଳକୁ ଖସିଛି। ତେଣୁ ଏଥିରୁ ସ୍ପଷ୍ଟ ଯେ, ପାକିସ୍ତାନର ହ୍ରାସ ପାଉଥିବା ରାଙ୍କିଂ ତାର ଦୁର୍ବଳ ସ୍ଥିତିକୁ ପ୍ରତିଫଳିତ କରୁଛି।

ପାକିସ୍ତାନ ପୂର୍ବରୁ ହିଁ ଆର୍ଥିକ ସଂକଟ ଦେଇ ଗତି କରୁଛି। ଦେଶରେ ସାମରିକ ଶକ୍ତି ଉପରେ ଖର୍ଚ୍ଚ କରିବା ପାଇଁ ସୀମିତ ପାଣ୍ଠି ଅଛି। ତେଣୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର, ସୈନ୍ୟଙ୍କ ତାଲିମ ଉପରେ ଧ୍ୟାନ ଦେଇପାରୁନି ପାକିସ୍ତାନ। ପୂର୍ବରୁ ଯାହା ଟିକେ ଭଲ ସ୍ଥିତିରେ ଥିଲା, ଅପରେସନ୍ ସିନ୍ଦୂର ପରେ ତାହା ଅତି ଶୋଚନୀୟ ହୋଇପଡ଼ିଛି। ଆଉ ବିଶ୍ଵ ସାମରିକ ରାଙ୍କିଂରେ ତଳକୁ ଖସିଯାଇଛି।

ଚତୁର୍ଥ ସ୍ଥାନରେ ଭାରତୀୟ ସେନା

ବିଶ୍ୱର ସାମରିକ ରାଙ୍କିଂରେ ଆମେରିକା ଶୀର୍ଷ ସ୍ଥାନ ଅଧିକାର କରିଛି, ତା’ପରେ ଋଷ ଏବଂ ଚୀନ୍ ରହିଛି। ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏହା ଦର୍ଶାଉଛି ଯେ ଭାରତର ସାମରିକ ବାହିନୀ କେବଳ ଶକ୍ତିଶାଳୀ ନୁହେଁ ବରଂ ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତ। ଭାରତ ନିରନ୍ତର ଭାବରେ ଏହାର ସାମରିକ ଶକ୍ତିକୁ ସୁଦୃଢ଼ କରୁଛି। ଭାରତର ଏକ ବିଶାଳ ସେନା, ଏକ ଶକ୍ତିଶାଳୀ ବାୟୁସେନା ଏବଂ ଏକ ଶକ୍ତିଶାଳୀ ନୌସେନା ଅଛି। ଭାରତ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରେ ଏବଂ ଦେଶ ମଧ୍ୟରେ ପ୍ରତିରକ୍ଷା ଉପକରଣ ଉତ୍ପାଦନ ଉପରେ ଗୁରୁତ୍ୱ ଦିଏ। କେବଳ ଏତିକି ନୁହେଁ ଭାରତ ସୈନିକଙ୍କ ତାଲିମ ଏବଂ ଉନ୍ନତ ଟେକନିକ୍ କ୍ଷେତ୍ରରେ ବି ନିରନ୍ତର ପ୍ରୟାସ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe