ସ୍ବାଧୀନତା ଦିବସ ଅବସରରେ ୩୬ ଜଣ ବାୟୁସେନା ସୈନିକଙ୍କୁ ମିଳିବ ବୀରତା ପୁରସ୍କାର

ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ଅବସରରେ ଭାରତୀୟ ବାୟୁସେନାର ମୋଟ ୩୬ ଜଣ ବାୟୁସେନା ସୈନିକଙ୍କୁ ସାହସ ଏବଂ ଅଦମ୍ୟ ସାହସିକତା ପ୍ରଦର୍ଶନ କରିଥିବାରୁ ବୀରତ୍ୱ ପୁରସ୍କାର ପ୍ରଦାନ କରାଯିବ।

New Project (26) (3)

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ଅବସରରେ ଭାରତୀୟ ବାୟୁସେନାର ମୋଟ ୩୬ ଜଣ ବାୟୁସେନା ସୈନିକଙ୍କୁ ସାହସ ଏବଂ ଅଦମ୍ୟ ସାହସିକତା ପ୍ରଦର୍ଶନ କରିଥିବାରୁ ବୀରତା ପୁରସ୍କାର ପ୍ରଦାନ କରାଯିବ। ‘ଅପରେନ୍‌ ସିନ୍ଦୂର’ରେ ସେମାନଙ୍କ ବୀରତ୍ବ ପାଇଁ ସେମାନନଙ୍କୁ ସମ୍ମାନିତ କରାଯିବ। ଏହି କ୍ରମରେ ୱିଙ୍ଗ୍‌ କମ‌ାଣ୍ଡର୍‌ ଅଭିମନ୍ୟୁ ସିଂହଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯିବ।

ଏହାସହିତ ୯ ଜଣ ଯବାନଙ୍କୁ ବୀରଚକ୍ର ପୁରସ୍କାରରେ ସମ୍ମାନିତ କରାଯିବ। ଏହି ସମ୍ମାନ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗ୍ରୁପ୍ କ୍ୟାପଟେନ୍ ରଞ୍ଜିତ ସିଂହ ସିଦ୍ଧୁ, ମନୀଷ ଆରୋରା, ଅନିମେଶ ପାଟନୀ, କୁନାଲ କାଲରା, ୱିଙ୍ଗ କମାଣ୍ଡର ଜୟ ଚନ୍ଦ୍ର, ସ୍କ୍ୱାଡ୍ରନ୍ ଲିଡର ସାର୍ଥକ କୁମାର, ସିଦ୍ଧାନ୍ତ ସିଂହ, ରିଜୱାନ ମଲିକ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅର୍ଶବୀର ସିଂହ ଠାକୁର ଅଛନ୍ତି। 

ଅପରେସନ ସିନ୍ଦୂରରେ ନିଜର ଉଲ୍ଲେଖନୀୟ ନେତୃତ୍ବ ପାଇଁ ଉତ୍ତରାଞ୍ଚଳ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା ଏବଂ ସାମରିକ ଅପରେସନର ମହାନିର୍ଦ୍ଦେଶକ (ଡିଜିଏମଏ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ପଦକ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe