ଅପରେସନ ସିନ୍ଦୂର: ପାକିସ୍ତାନର ୧୦୦ କିଲୋମିଟର ଭିତରେ ପଶି ଆତଙ୍କବାଦୀଙ୍କୁ ନିପାତ କଲା ଭାରତ,କାହିଁକି କେବଳ ୯ଟି ସ୍ଥାନ ବଛାଗଲା, ଜାଣନ୍ତୁ...

ଭାରତ 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଭାରତ ପାକିସ୍ତାନ ସୀମା ଭିତରେ ଥିବା ୯ଟି ସ୍ଥାନକୁ ଟାର୍ଗେଟ କରିଛି। ବାୟୁସେନା ଆକ୍ରମଣରେ ୪ଟି ଜୈଶ-ଏ-ମହମ୍ମଦ, ୩ଟି ଲସ୍କର-ଏ-ତୋଇବା ଏବଂ ୨ଟି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଛି...

Operation Sindoor: India entered 100 km inside Pakistan and shot down a terrorist, why only 9 places were selected, know...

Operation Sindoor: India entered 100 km inside Pakistan and shot down a terrorist, why only 9 places were selected, know... Photograph: (sambad.in)

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ଏହା ସହିତ, ଭାରତ ବୁଧବାର ସକାଳେ ଆମେରିକା, ରୁଷିଆ ଏବଂ ବ୍ରିଟେନ ସମେତ ଅନେକ ପ୍ରମୁଖ ଦେଶକୁ 'ଅପରେସନ୍ ସିନ୍ଦୂର' କାର୍ଯ୍ୟ ବିଷୟରେ ସୂଚନା ଦେଇଛି।

ଭାରତ 'ଅପରେସନ୍ ସିନ୍ଦୂର' ପାଇଁ ପାକିସ୍ତାନର ୧୦୦ କିଲୋମିଟର ପରିଧି ମଧ୍ୟରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଛି। ତେବେ ଭାରତ ଏହି ସ୍ଥାନଗୁଡ଼ିକୁ କାହିଁକି ବାଛିଲା ତାହାର ବହୁ କାରଣ ରହିଛି।

ଭାରତର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ, ସୂତ୍ରଗୁଡ଼ିକ କୁହନ୍ତି ଯେ, ଭାରତୀୟ ସଶସ୍ତ୍ର ବାହିନୀ ପାକ୍ ଅଧିକୃତ କଶ୍ମୀର (ପିଓକେ) ଏବଂ ପାକିସ୍ତାନର ୯ଟି ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥିତ ପ୍ରାୟ ଏକ ଡଜନ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି।

ଏହି ଟାର୍ଗେଟଗୁଡ଼ିକ ପାକିସ୍ତାନ ସୀମାରୁ ୧୦୦ କିଲୋମିଟର ମଧ୍ୟରେ ଥିଲା। ସୂତ୍ର ଅନୁଯାୟୀ ଆକ୍ରମଣ ପୂର୍ବରୁ, ଏକ ଡଜନ ଆତଙ୍କବାଦୀ ଆଡ୍ଡା ଚିହ୍ନଟ କରାଯାଇଛି, ସେଗୁଡିକୁ ଟ୍ରାକ୍ କରାଯାଇଥିଲା ଏବଂ ତା’ପରେ ଆକ୍ରମଣ କରି ଧ୍ୱଂସ କରାଯାଇଛି।

ଭାରତୀୟ ବାୟୁସେନା ବୁଧବାର ପ୍ରତ୍ୟୁଷରେ ପାକ୍ ଅଧିକୃତ କଶ୍ମୀର ଏବଂ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଭାରତୀୟ ସଶସ୍ତ୍ର ବାହିନୀ ଭାରତ ଉପରେ ଅନେକ ଆକ୍ରମଣ ପଛରେ ଥିବା ଏହି ଆତଙ୍କବାଦୀ ଶିବିରଗୁଡ଼ିକୁ ଚିହ୍ନଟ କରି ଟାର୍ଗେଟ କରିଥିଲା। ସୂତ୍ର ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ ବାୟୁସେନା ଆକ୍ରମଣରେ ୪ଟି ଜୈଶ-ଏ-ମହମ୍ମଦ, ୩ଟି ଲସ୍କର-ଏ-ତୋଇବା ଏବଂ ୨ଟି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା।

ଭାରତ ଦ୍ୱାରା ଟାର୍ଗେଟ କରାଯାଇଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନର ଶିବିରଗୁଡ଼ିକୁ ମଧ୍ୟ ଧ୍ୱଂସ କରାଯାଇଛି।

ସବୁଠାରୁ ବଡ଼ ଆକ୍ରମଣ ବାହାବଲପୁରରେ କରାଯାଇଥିଲା, ଯାହା ଅନ୍ତର୍ଜାତୀୟ ସୀମାଠାରୁ ପ୍ରାୟ ୧୦୦ କିଲୋମିଟର ଭିତରେ ଅବସ୍ଥିତ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଧ୍ବଂସ ହୋଇଛି।

ସେହିପରି, ସାମ୍ବା ସେକ୍ଟର ସୀମାର ୩୦ କିଲୋମିଟର ଭିତରେ ମୁରିଦକେ ନାମକ ଏକ ସ୍ଥାନରେ ଲସ୍କର-ଏ-ତୋଇବା ଶିବିର ଥିଲା। ତାହା ମଧ୍ୟ ମାଟିରେ ମିଶିଯାଇଛି। ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ଆତଙ୍କବାଦୀମାନେ ଏହି ଅଞ୍ଚଳର ଥିଲେ। ସେନା ଦ୍ୱାରା ତୃତୀୟ ଆକ୍ରମଣ ଗୁଲପୁରରେ କରାଯାଇଥିଲା, ଯାହା ପୁଞ୍ଚ-ରାଜୌରୀର ନିୟନ୍ତ୍ରଣ ରେଖା ଭିତରେ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ। ୨୦ ଏପ୍ରିଲ୍ ୨୦୨୩ରେ ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଜୁନ୍ ୨୦୨୪ରେ ଯାତ୍ରୀ ଭର୍ତ୍ତି ବସ୍ ଉପରେ ହୋଇଥିବା ଆକ୍ରମଣର ମୂଳ ଏଠାରେ ଥିଲା।

ପିଓକେର ତଙ୍ଗଧାର ସେକ୍ଟର ଭିତରେ ୩୦ କିଲୋମିଟର ଦୂରରେ ଅବସ୍ଥିତ ଲସ୍କର ଶିବିର ସୱାଇକୁ ମଧ୍ୟ ଟାର୍ଗେଟ କରାଯାଇଛି। ଏହି ଶିବିର ୨୦ ଅକ୍ଟୋବର ୨୦୨୪ ରେ ସୋନମାର୍ଗ ଆକ୍ରମଣ, ୨୪ ଅକ୍ଟୋବର ୨୦୨୪ ରେ ଗୁଲମାର୍ଗ ଏବଂ ୨୨ ଏପ୍ରିଲ ୨୦୨୫ରେ ପହଲଗାମ ଆକ୍ରମଣ ପାଇଁ ଦାୟୀ।

ସେନା ଦ୍ୱାରା ଟାର୍ଗେଟ କରାଯାଇଥିବା ପଞ୍ଚମ ସ୍ଥାନ ଥିଲା ବିଲାଲ୍ କ୍ୟାମ୍ପ, ଯାହାକୁ ଜୈଶ-ଏ-ମହମ୍ମଦର ଲଞ୍ଚପ୍ୟାଡ୍ କୁହାଯାଉଥିଲା। ଷଷ୍ଠ ସ୍ଥାନ ଥିଲା ଲସ୍କର କୋଟଲି ଶିବିର, ଯାହା ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା ଭିତରେ ୧୫କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଏକ ଲସ୍କର ବୋମା ବିସ୍ଫୋରଣ ତାଲିମ କେନ୍ଦ୍ର ଥିଲା ଏବଂ ଏଥିରେ ପ୍ରାୟ ୫୦ଜଣ ଆତଙ୍କବାଦୀ ରହିବାର କ୍ଷମତା ଥିଲା।

ଅଧିକ ପଢ଼ନ୍ତୁ: ହାଫିଜ୍-ଅଜହର ମୃତ ନା ଜୀବିତ!: ଭାରତର ଏୟାର ଷ୍ଟ୍ରାଇକ୍‌ରେ ଜୈଶ-ଲସ୍କରର ବହୁ ଶୀର୍ଷ କମାଣ୍ଡର ନିହତ

ହିଜବୁଲ ମୁଜାହିଦ୍ଦିନର ତାଲିମ କେନ୍ଦ୍ରକୁ ମଧ୍ୟ ଟାର୍ଗେଟ କରାଯାଇଛି। ସପ୍ତମ ସ୍ଥାନ ବର୍ଣ୍ଣାଲା କ୍ୟାମ୍ପ ଯାହା ରାଜୌରୀ ଜିଲ୍ଲା ବିପରୀତ ନିୟନ୍ତ୍ରଣ ରେଖା ଭିତରେ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ। ଅଷ୍ଟମ ସ୍ଥାନ ଭାବରେ, ଜୈଶର ଶିବିର କୁହାଯାଉଥିବା ସରଜଲ କ୍ୟାମ୍ପକୁ ଟାର୍ଗେଟ କରାଯାଇଛି। ଏହା ସାମ୍ବା-କାଠୁଆର ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୮ କିଲୋମିଟର ଭିତରେ ଅବସ୍ଥିତ।

ବାୟୁସେନାର ନବମ ଏବଂ ଶେଷ ଟାର୍ଗେଟ ଥିଲା ପାକିସ୍ତାନରେ ଅବସ୍ଥିତ ମହମୁନା ଶିବିର, ଯାହା ଅନ୍ତର୍ଜାତୀୟ ସୀମାଠାରୁ ୧୫ କିଲୋମିଟର ଭିତରେ ଅବସ୍ଥିତ। ଏହା ସିଆଲକୋଟ ନିକଟରେ ଅବସ୍ଥିତ ଏବଂ ଏହାକୁ ହିଜବୁଲ ମୁଜାହିଦ୍ଦିନର ତାଲିମ କେନ୍ଦ୍ର ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ବଡ଼ବଡ଼ କଥା କହୁଥିବାବେଳେ ଭାରତ କରିଲା ଆତଙ୍କବାଦୀଙ୍କ ମୂଳପୋଛ

OperationSindoor

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe