ଶେଷ ହୋଇନି 'ଅପରେସନ୍ ସିନ୍ଦୂର' ! ସର୍ବଦଳୀୟ ବୈଠକରେ କହିଲେ ରାଜନାଥ ସିଂହ

tbdfhrjhrj

ନୂଆଦିଲ୍ଲୀ: 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଆଜି ଏକ ସର୍ବଦଳୀୟ ବୈଠକର ଆୟୋଜନ କରିଥିଲେ କେନ୍ଦ୍ର ସରକାର। ଏଥିରେ ବିଭିନ୍ନ ଦଳର ନେତା ଯୋଗ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେମାନଙ୍କୁ 'ଅପରେସନ୍ ସିନ୍ଦୂର' ସହ ଜଡ଼ିତ ଅନେକ ସୂଚନା ଦେଇଥିଲେ। ଏହି ସମୟରେ ସେ 'ଅପରେସନ୍ ସିନ୍ଦୂର' ଶେଷ ହୋଇନାହିଁ ବୋଲି କହିଥିବା ସାମ୍ନାକୁ ଆସିଛି।

ରାଜନାଥ ସିଂହ କହିଛନ୍ତି ଯେ, "ଅପରେସନ ସିନ୍ଦୂର ଏଯାଏ ଶେଷ ହୋଇନାହିଁ। ଏହା ଆଗକୁ ଚାଲୁ ରହିବ। ପାକିସ୍ତାନ ଆକ୍ରମଣ କଲେ ଏହାର ଜବାବ୍ ଦିଆଯିବ। ଯଦିଓ ଭାରତ ଏହି ସମୟରେ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଚାହୁଁନାହିଁ, କିନ୍ତୁ ଯଦି ପାକିସ୍ତାନ ଆକ୍ରମଣ କରେ ତେବେ ଭାରତ ଏହାର ଜବାବ ଦେବ। ଏହି ଅପରେସନ ଚାଲୁ ରହିଥିବାରୁ ଏହା ସହ ଜଡ଼ିତ ସବିଶେଷ ତଥ୍ୟ ଦିଆଯାଇପାରିବ ନାହିଁ।"

ତେବେ ଭାରତ, ପାକିସ୍ତାନ ଏବଂ ପାକ-ଅଧିକୃତ କଶ୍ମୀରର ୯ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରି ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଆଡ୍ଡାକୁ ଧ୍ବଂସ କରିଥିଲା। ଏପ୍ରିଲ ୨୨ରେ ପହଲଗାମ୍‌ରେ ଆତଙ୍କବାଦୀ କରିଥିବା ଆକ୍ରମଣ ପରେ ଏହାର ପ୍ରତିଶୋଧ ନେବାକୁ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ। ଏପର୍ଯ୍ୟନ୍ତ ୧୦୦ଜଣ ଆତଙ୍କବାଦୀ ନିହତ ‌ହୋଇଥିବା ବୈଠକରେ କହିଛନ୍ତି ରାଜନାଥ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe