ଅପରେସନ୍‌ ସିନ୍ଦୂର: ରାତିସାରା ତଦାରଖ କରିଥିଲେ ମୋଦୀ

Advertisment

ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାପାଇଁ ଭାରତର ‘ଅପରେସନ୍‌ ସିନ୍ଦୂର’ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   ଓ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ ଡୋଭଲ ସାରା ରାତି....

ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାପାଇଁ ଭାରତର ‘ଅପରେସନ୍‌ ସିନ୍ଦୂର’ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   ଓ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ ଡୋଭଲ ସାରା ରାତି....

ddcccc

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାପାଇଁ ଭାରତର ‘ଅପରେସନ୍‌ ସିନ୍ଦୂର’ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   ଓ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ ଡୋଭଲ ସାରା ରାତି ଅପରେସନ୍‌ ସିନ୍ଦୂରର ଲଗାତାର ତଦାରଖ କରିଛନ୍ତି। ଭାରତୀୟ ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନ୍‌ରେ ପାକିସ୍ତାନ ଏବଂ ପିଓକେର ୯ଟି ଟାର୍ଗେଟ୍‌ ଉପରେ ଆକ୍ରମଣ ସଫଳ ହୋଇଥିଲା।

କ୍ୟାବିନେଟ୍‌ ବୈଠକରେ ସେନାକୁ ଭୂୟସୀ ପ୍ରଶଂସା
ଭାରତ ପାଇଁ ଗର୍ବର ମୁହୂର୍ତ୍ତ

ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ‌ରେ ସମ୍ପୃକ୍ତ ଆତଙ୍କବାଦୀ ଗୋଷ୍ଠୀ ଏଲ୍‌ଇଟି ଏବଂ ଜେଇଏମ୍‌କୁ ଟାର୍ଗେଟ୍‌ କରି ଭାରତୀୟ ସେନା ଏହି ଆକ୍ରମଣ କରିଛି।  ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଶିବିରକୁ ‘ଅପରେସନ ସିନ୍ଦୂର’ ମାଟିରେ ମିଶାଇ ଦେଇଛି।  ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ ପହଲଗାମରେ ବର୍ବର ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଭାରତ ଏହି ଆକ୍ରମଣ କରିଛି। ଇତିମଧ୍ୟରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ସମଗ୍ର ବିଶ୍ବ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଦେଖାଇବା ଉଚିତ।  

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଅପରେସନ୍‌ ସିନ୍ଦୂର’ର କିଛି ଘଣ୍ଟା ପରେ ଏକ କ୍ୟାବିନେଟ୍‌ ବୈଠକର ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ମୋଦୀ ଭାରତୀୟ ସେନାବାହିନୀକୁ ପ୍ରଶଂସା କରିଛନ୍ତି।  ‘ଅପରେସନ୍‌ ସିନ୍ଦୂର’ ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ମୋଦୀ କହିଛନ୍ତି।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଅପ‌ରେସନ ସିନ୍ଦୂର ସଂକ୍ରାନ୍ତ‌ରେ ମନ୍ତ୍ରିମଣ୍ଡଳକୁ ଅବଗତ କରିଛନ୍ତି। ସମଗ୍ର କ୍ୟାବିନେଟ୍‌ ଭାରତର ‘ଅପରେସନ ସିନ୍ଦୂର’ ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରିଛି। ପ୍ରଧାନମନ୍ତ୍ରୀ  ଆଜି ପୃଥକ୍‌ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍‌ଏସ୍‌ଏ ଅଜିତ ଡୋଭଲଙ୍କୁ ଭେଟିଛନ୍ତି । ଅପରେସନ୍‌ ସିନ୍ଦୂର ସଂକ୍ରାନ୍ତରେ ଆଜି  ଏକ ସାମ୍ବାଦିକ ସମ୍ମିଳନୀ କରି ବିଦେଶ ସଚିବ ବିକ୍ରମ ମିସ୍ରି ବିସ୍ତୃତ ତଥ୍ୟ ପ୍ରଦାନ  କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe