ପାକିସ୍ତାନ ହେଉଛି ଆତଙ୍କବାଦର ନର୍ସରୀ: ରାଜନାଥ ସିଂହ

ପାକିସ୍ତାନକୁ ଟାର୍ଗେଟ କରି ସିଂହ କହିଛନ୍ତି,‘ ଆତଙ୍କବାଦୀମାନେ ଧର୍ମ ପଚାରି ହତ୍ୟା କରିଥିଲେ, କିନ୍ତୁ ଆମେ ସେମାନଙ୍କୁ ଧର୍ମ ନୁହେଁ ବରଂ କାର୍ଯ୍ୟ ପଚାରି ହତ୍ୟା କରିଥିଲୁ।

Rajnath singhhh

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର (୧୦ ଜୁନ୍ ୨୦୨୫) ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

ଏହି ଅବସରରେ ସେ ପାକିସ୍ତାନକୁ କଡ଼ା ଟାର୍ଗେଟ କରି କହିଛନ୍ତି, ‘ପ୍ରଥମଥର ପାଇଁ ଯଦି କିଏ ପାକିସ୍ତାନର ବାହାବଲପୁର ସ୍ଥିତ ଜୈସର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି କୁହାଯିବ, ପ୍ରଥମ ନାମ ଆମର ଆସିବ। ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ହତ୍ୟା କରିଥିଲେ, କିନ୍ତୁ ଆମେ ସେମାନଙ୍କୁ ଧର୍ମ ନୁହେଁ ବରଂ କାର୍ଯ୍ୟ ପଚାରି ହତ୍ୟା କରିଥିଲୁ।

ଆମେ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଆକ୍ରମଣ କରିଛୁ। ମୋଦୀ ସରକାରଙ୍କ ପ୍ରୟାସ ଯୋଗୁଁ ଜମ୍ମୁ-କାଶ୍ମୀର ଚମକିବା ଆରମ୍ଭ କରିଥିଲା। ଏହାକୁ କିନ୍ତୁ ଆମର ପଡ଼ୋଶୀ ପସନ୍ଦ କରି ନଥିଲେ।

ଏବେ କେବଳ ସରକାର ସ୍ତରରେ ନୁହେଁ ବରଂ ଜନସାଧାରଣ ସ୍ତରରେ ମଧ୍ୟ ସତର୍କ ରହିବାର ସମୟ ଆସିଛି। ମୋ ମତରେ ଆତଙ୍କବାଦ ଗଣତନ୍ତ୍ର ପାଇଁ ବିପଦ, ଆତଙ୍କବାଦ ଏକ ବିକୃତ ମାନସିକତା ଓ ଆତଙ୍କବାଦ ପ୍ରଗତି ପଥରେ ପ୍ରତିବନ୍ଧକ। ଆତଙ୍କବାଦକୁ ନିଜ ମୃତ୍ୟୁ ପାଇଁ ଛାଡି ଦିଆଯାଇପାରିବ ନାହିଁ। ଆତଙ୍କବାଦର ସ୍ଥାୟୀ ସମାଧାନ ନିଶ୍ଚୟ ଆବଶ୍ୟକ। ଆତଙ୍କବାଦର ଗର୍ଭରୁ କୌଣସି ବିପ୍ଳବ ନୁହେଁ ବରଂ କେବଳ ବିନାଶ ଜନ୍ମ ହୁଏ।'

ଭାରତ ଏବଂ ପାକିସ୍ତାନ ଗୋଟିଏ ସମୟରେ ସ୍ୱାଧୀନ ହୋଇଥିଲେ, କିନ୍ତୁ ଆଜି ଭାରତକୁ ଗଣତନ୍ତ୍ରର ଜନନୀ କୁହାଯାଉଥିବା ବେଳେ ପାକିସ୍ତାନକୁ ଆତଙ୍କବାଦର ଜନକ କୁହାଯାଉଛି। ସେ କହିଛନ୍ତି ଯେ ପାକିସ୍ତାନ ଯାହା ବି ପାଣ୍ଠି ପାଏ, ତାହାର ଏକ ଅଂଶ ଆତଙ୍କବାଦକୁ ଯାଏ। ପାକିସ୍ତାନ ହେଉଛି ଆତଙ୍କବାଦର ନର୍ସରୀ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe