'ଅପରେସନ୍ ସିନ୍ଦୂର'ର ଏପରି ନାମ କାହିଁକି ରଖାଗଲା ଆମେରିକାରେ ବୁଝାଇ କହିଲେ ଥରୁର

ଶଶି ଥରୁର ଆମେରିକାର ନେତା ଏବଂ ସ୍ଥାନୀୟ ଲୋକଙ୍କୁ 'ଅପରେସନ୍ ସିନ୍ଦୂର'ର ଏପରି ନାମ କାହିଁକି ରଖା ଗଲା? ଏହାର ଉଦ୍ଦେଶ୍ୟ କ’ଣ ସେ ବିଷୟରେ ସମସ୍ତଙ୍କୁ ସ୍ପଷ୍ଟ ଭାବେ କରାଇଛନ୍ତି ଅବଗତ।

୍ତି୍ୀ

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା 'ଅପରେସନ୍ ସିନ୍ଦୂର'କୁ ନେଇ ଦେଶ ତଥା ଦେଶ ବାହାରେ ଚର୍ଚ୍ଚାର ଚାଲିଛି। 

'ଅପରେସନ୍ ସିନ୍ଦୂର'କୁ ନେଇ ଆମେରିକାରେ ଚାଲିଥିବା ସର୍ବଦଳୀୟ ସଂସଦୀୟ ପ୍ରତିନିଧିମଣ୍ଡଳୀର ଯାତ୍ରା ସମୟରେ କଂଗ୍ରେସ ସାଂସଦ ଶଶି ଥରୁର ସେଠାକାର ନେତା ଏବଂ ସ୍ଥାନୀୟ ଲୋକଙ୍କୁ 'ଅପରେସନ୍ ସିନ୍ଦୂର'ର ଏପରି ନାମ କାହିଁକି ରଖା ଗଲା? ଏହାର ଉଦ୍ଦେଶ୍ୟ କ’ଣ ସେ ବିଷୟରେ ସମସ୍ତଙ୍କୁ ସ୍ପଷ୍ଟ ଭାବେ ଅବଗତ କରାଇଛନ୍ତି।

ଶଶି ଥରୁର ଆମେରିକାରେ 'ଅପରେସନ୍ ସିନ୍ଦୂର'ର ଆଲୋଚନା କରି କହିଥିଲେ,‘ ଏହା କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଏକ ପ୍ରତୀକାତ୍କ ବାର୍ତ୍ତା । ଏହା ଆତଙ୍କବାଦ ବିରୋଧରେ ଏକ ନିର୍ଣ୍ଣାୟକ ଏବଂ ସାଂସ୍କୃତିକ ଭାବରେ ପ୍ରତିଧ୍ୱନିତ ହେଉଥିବା ଜବାବ।

ସିନ୍ଦୂରର ରଙ୍ଗ ରକ୍ତର ରଙ୍ଗଠାରୁ ଭିନ୍ନ ନୁହେଁ। ମୁଁ ଭାବୁଛି କିଛି ଆମେରିକୀୟ ଏହାକୁ ସ୍ପଷ୍ଟ ଭାବରେ ଜାଣି ନ ପାରନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ବିବାହ ସମୟରେ ବର ବଧୂକୂ ସିନ୍ଦୂର ଦେଇଥାଏ। ଏହାପରେ ପ୍ରତିଦିନ ଜଣେ ବିବାହିତ ମହିଳା ଏହାକୁ ନିଜ କପାଳରେ ସଜାଇ ରଖିଥାଏ। ଏହା ତାଙ୍କର ସୁହାଗ (ବିବାହିତ ଜୀବନ)ର ପ୍ରତୀକ ହୋଇଥ‌ାଏ।

ସିନ୍ଦୂର ହେଉଛି ହିନ୍ଦୁ ପରମ୍ପରାରେ ବିବାହିତ ମହିଳାଙ୍କ କପାଳରେ ଲଗାଯାଉଥିବା ଚିହ୍ନ। ପହଲଗାମ୍ ଆକ୍ରମଣରେ, ଆତଙ୍କବାଦୀମାନେ ବିବାହିତ ମହିଳାଙ୍କ ସ୍ୱାମୀମାନଙ୍କୁ ହତ୍ୟା କରିଥିଲେ, ଯାହା ସେମାନଙ୍କର ସିନ୍ଦୂରକୁ ସବୁଦିନ ପାଇଁ ପୋଛି ଦେଇଥିଲା।  ତେଣୁ ଏହି ଅପରେସନର ନାମ ରଖାଗଲା 'ସିନ୍ଦୂର’ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe