ନୂଆଦିଲ୍ଲୀ: ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ପରେ ସିନେମା ଶିଳ୍ପରେ ‘ସିନ୍ଦୂର’ ଶୀର୍ଷକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି।
ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜର ଅଧ୍ୟକ୍ଷ ବି.ଏନ ତିୱାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଭାରତ ଅପରେସନ ‘ସିନ୍ଦୂର’କୁ ଅସ୍ତ୍ର କରି ପ୍ରତିଶୋଧ ନେଇଛି। ଏହି ଅପରେସନର ନାମକୁ ସିନେମାର ଶୀର୍ଷିକ କରିବା ପାଇଁ ଏଯାବତ ୧୫ଜଣ ସିନେମା ନିର୍ମାତା ଆବେଦନ କରି ସାରିଛନ୍ତି। ଏହି ପଞ୍ଜୀକରଣ ଇଣ୍ଡିଆନ ମୋସନ ପିକଚର ପ୍ରଡ୍ୟୁସର୍ସ ଆସୋସିଏସ ମାଧ୍ୟରେ କରାଯାଉଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଦେଶ ସହିତ ଜଡ଼ିତ କୌଣସି ବି ଘଟଣା ଘଟିଲେ ସଙ୍ଗେସଙ୍ଗେ ସିନେମା ନିର୍ମାତାମାନେ ଉକ୍ତ ଘଟଣାକୁ ଆଧାର କରି ସିନେମା ତିଆରି କରିବା ଆରମ୍ଭ କରି ଦେଇଥାଆନ୍ତି। ଉଦାହରଣ ସ୍ବରୂପ; ଉରି, ୱାର ଓ ଫାଇଟର। ଏହି ସିନେମାଗୁଡ଼ିକ ଦେଖିବା ପରେ ଦେଶଭକ୍ତି ସିନେମା ପ୍ରତି ଦର୍ଶକଙ୍କ ଚାହିଦା ବୃଦ୍ଧି ପାଇଛି। ତେଣୁ ଦର୍ଶକଙ୍କ ରୁଚିକୁ ଦେଖି ଦେଶଭକ୍ତିର ସିନେମା ତିଆରି କରିବା ପାଇଁ ସିନେମା ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି।
Follow Us