ଜମ୍ମୁ: ମଙ୍ଗଳବାର ଦିନ ତ୍ରାଲ୍ ଅରଣ୍ୟାଞ୍ଚଳରେ ମରିଥିବା ୪ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜୈସ୍-ଏ-ମହମ୍ମଦର ଅପରେସ୍ନାଲ୍ କମାଣ୍ଡର୍ ବୋଲି ଗୁରୁବାର ଦିନ ଜମ୍ମୁ ଓ କଶ୍ମୀର ପୁଲିସ କହିଛି।
ବାର ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ତ୍ରାଲ୍ର ଲାମ୍ ଅରଣ୍ୟରେ ଚାଲିଥିବା ବିନିମୟରେ ଚାରି ଜଣ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ, ଜଣେ ସୈନିକ ଏବଂ ଜଣେ ରାଜ୍ୟ ପୁଲିସ ବିଭାଗର କନେଷ୍ଟବଳ ନିହତ ହୋଇଥିଲେ। ଏଥିରେ ଦୁଇ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଘର ହାଣ୍ଡୂରା ଏବଂ ଅନ୍ୟ ଜଣଙ୍କର ଘର ଖାର୍ଗୁନ୍ଦ ତ୍ରାଲ୍।
ଜମ୍ମୁ ଓ କଶ୍ମୀରର ପୁଲିସ ମହାନିର୍ଦେଶକ ଏସ୍ପି ବୈଦ ଟୁଇଟ୍ କରି କହିଛନ୍ତି: ସେ ଦିନ ନିହତ ହୋଇ ଥିବା ଆତଙ୍କବାଦୀଙ୍କ ମଧ୍ୟରୁ ମୁଫ୍ତି ୟାସିର୍ ଅନ୍ୟତମ।
ଜୈସ୍ ମୁଖ୍ୟ ମସୂଦ ଆଝାରଙ୍କ ସହ ଉକ୍ତ କମାଣ୍ଡର୍ ଥିବା ଗୋଟିଏ ତାରିଖ ନ ଥିବା ଫଟୋ ମଧ୍ୟ ବୈଦ୍ ପୋଷ୍ଟ୍ କରିଛନ୍ତି।
ପୂର୍ବରୁ ପୁଲିସ କହିଥିଲା କି, ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଦୁଇ ଜଣ ଶୀର୍ଷସ୍ତରୀୟ କମାଣ୍ଡର୍ ଅଛନ୍ତି।
Follow Us