ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ଏୟାରପୋର୍ଟରେ ବିମାନ ଚଳାଚଳ ବ୍ୟାହତ

ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ଏୟାରପୋର୍ଟରେ ବିମାନ ଚଳାଚଳ ବ୍ୟାହତ

Image Courtesy of India TV

ନୂଆଦିଲ୍ଲୀ: ଦୃଶ୍ୟତା ୫୦ ମିଟରରୁ କମ୍‌ ହୋଇ ଯିବାରୁ ସୋମବାର ସକାଳେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି।

ଘନ କୁହୁଡ଼ି ଯୋଗୁଁ ୫ଟି ଘରୋଇ ବିମାନ ଏବଂ ସାତଟି ଆନ୍ତର୍ଜାତିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ଗୋଟିଏ ବିମାନ ଯାତ୍ରା ବାତିଲ୍‌ କରାଯାଇଛି।

ଗତକାଲି ସବୁଠୁ ଘନ କୁହୁଡ଼ି ହୋଇଥିବା କାରଣରୁ ଦିଲ୍ଲୀକୁ ଆସୁଥିବା ଏବଂ ଯାଉଥିବା ପ୍ରାୟ ୨୨୦ଟି ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା।
ରବିବାର ଦିନ ୧୫୦ଟି ବିମାନ ଉଡ଼ାଣ ଆରମ୍ଭରେ ବିଳମ୍ବ ହୋଇଥିଲା ଏବଂ ପ୍ରାୟ ୫୦ଟି ବିମାନର ଅବତରଣ ସ୍ଥାନ ପରିବର୍ତ୍ତନ କରାଯାଇଥିଲା। ରନ୍‌େଓ୍ଵରେ ଝାପ୍‌ସା ଦୃଶ୍ୟତା ହେତୁ ପ୍ରାୟ ୨୦ଟି ବିମାନର ଯାତ୍ରା ବାତିଲ କରାଯାଇଥିଲା।

publive-image Image Courtesy of India.com

ବିମାନ ବନ୍ଦିରର ଜଣେ ଅଧିକାରୀ କହିଛନ୍ତି କି ସକାଳ ସାଢ଼େ ସାତଟାରୁ ପୂର୍ବାହ୍ନ ୧୧ଟା ୫ ମିନିଟ୍‌ ଯାଏଁ କୌଣସି ବିମାନ ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରି ପାରିବ ନାହିଁ।

ଆଇଜିଆଇ ଏୟାର୍‌ପୋର୍ଟରୁ ବିମାନ ଉଡ଼ାଣ ପାଇଁ ସର୍ବନିମ୍ନ ୧୨୦ ମିଟର ଦୃଶ୍ୟତା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe