ଅପରେସନ ଗଙ୍ଗାରେ ‌ଆସିଲେଣି ୧୫୯୦୦, ଆଜି ଆସିବେ ୧୫୦୦

Advertisment

 ‌ଏବେ ଚାଲିଛି ଶେଷ ପର୍ଯ୍ୟାୟ, ବୁଡ଼ାପେଷ୍ଟରେ ପହଞ୍ଚିବା ଲାଗି ନିବେଦନ

 ‌ଏବେ ଚାଲିଛି ଶେଷ ପର୍ଯ୍ୟାୟ, ବୁଡ଼ାପେଷ୍ଟରେ ପହଞ୍ଚିବା ଲାଗି ନିବେଦନ

ଅପରେସନ ଗଙ୍ଗାରେ ‌ଆସିଲେଣି ୧୫୯୦୦, ଆଜି ଆସିବେ ୧୫୦୦

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଅଟକି ରହିଥିବା ଭାରତୀୟଙ୍କ ମଧ୍ୟରୁ ୨୧୩୫ ଜଣ ଆଜି ଭାରତରେ ପହଞ୍ଚିଛନ୍ତି। ସ୍ଥଳଭାଗରେ ସେମାନେ ୟୁକ୍ରେନରୁ ଆସି ପଡ଼ୋଶୀ ଦେଶଗୁଡ଼ିକରେ ପହଞ୍ଚିବା ପରେ ଅପରେସନ ଗଙ୍ଗା ଜରିଆରେ ସେମାନଙ୍କୁ ଭାରତ ଅଣାଯାଇଛି। ଆସନ୍ତାକାଲି ଆଉ ୧୫୦୦ ଜଣ ଭାରତରେ ପହଞ୍ଚିବେ। ଆସନ୍ତାକାଲି ମୋଟ ୮ଟି ବିମାନ ଆସିବ। ସେଥିରୁ ହଙ୍ଗେରିରୁ ୫ଟି ଏବଂ ରୋମାନିଆରୁ ୩ଟି ବିମାନ ଆସି ପହଞ୍ଚିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରାଳୟର କହିବାନୁଯାୟୀ, ଆଜି ୧୧ଟି ବିମାନ ଭାରତରେ ଅବତରଣ କରିଛି। ସେଥିରୁ ୯ଟି ଦିଲ୍ଲୀରେ ଏବଂ ୨ଟି ମୁମ୍ବାଇରେ ଅବତରଣ କରିଛି। ଏଥିରୁ ୬ଟି ବିମାନ ହଙ୍ଗେରି ରାଜଧାନୀ ବୁଡାପେଷ୍ଟରୁ, ଦୁଇଟି ବିମାନ ରୋମାନିଆ ରାଜଧାନୀ ବୁଖାରେଷ୍ଟରୁ ଏବଂ ଦୁଇଟି ପୋଲାଣ୍ଡର ଆର‌ଜେସଜୋରୁ ଏବଂ ଗୋଟିଏ ସ୍ଲୋଭାକିଆର କୋସିସରୁ ଆସିଛି। ଫେବ୍ରୁଆରି ୨୨ ତାରିଖରୁ ଅପେରସନ ଗଙ୍ଗାରେ ଆଜି ସୁଦ୍ଧା ୧୫୯୦୦ ଜଣଙ୍କୁ ୟୁକ୍ରେନରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସ୍ଳୋଭାକିଆ, ରୋମାନିଆ, ହଙ୍ଗେରି, ମୋଲଡୋଭା ଏବଂ ପୋଲାଣ୍ଡ ଦେଇ ଭାରତ ଅଣାଯାଉଛି।

ଅପରେସନ ଗଙ୍ଗା ଜରିଆରେ ସରକାର ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ଦେଶକୁ ସୁରକ୍ଷିତ ଭାବେ ଆଣିବା ଲାଗି ପ୍ରୟାସ ଜାରି ରଖିଛନ୍ତି। ଏବେ ଏହି ଅପରେସନ ‌ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ୧୨ଟି ବେସାମରିକ ଏବଂ ୩ଟି ବାୟୁସେନା ବିମାନ ନିୟୋଜିତ ହୋଇଛି। ଏଥିପାଇଁ ହଙ୍ଗେରି, ପୋଲାଣ୍ଡ, ରୋମାନିଆ ଏବଂ ସ୍ଲୋଭାକିଆରେ ୨୭ଟି ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ କରାଯାଇଥିବା ଟ୍ବିଟ୍‌ରେ କୁହାଯାଇଛି ଯେ ବର୍ତ୍ତମାନ ସୁମିରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ଉପରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ପରିସ୍ଥିତି ସଂପର୍କରେ ଅବଗତ ହେବପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସପ୍ତାହେ ହେଲା ବୈଠକ ପରେ ବୈଠକ କରୁଛନ୍ତି। ୟୁକ୍ରେନରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସରକାର ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ବିଦେଶ ପଠାଇଛନ୍ତି। ଭାରତୀୟଙ୍କ ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଆଲୋଚନା କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ୨୧ ହଜାର ଭାରତୀୟ ୟୁକ୍ରେନ ଛାଡ଼ି ସାରିଥିବା ବେଳେ ଅପରେସନ ଗଙ୍ଗାର ଶେଷ ପର୍ଯ୍ୟାୟକୁ ତ୍ବରାନ୍ବିତ କରିବାକୁ ସରକାର ସବୁ ପ୍ରୟାସ କରୁଛନ୍ତି। ଆଜି ଭାରତୀୟ ଦୂତାବାସ ଟ୍ବିଟରରେ ଏକ ଫର୍ମ ପୋଷ୍ଟ କରିଥିଲା। ସେଥିରେ ଅଟକି ରହିଥିବା ବ୍ୟକ୍ତିମାନେ ସେମାନଙ୍କ ନାମ, ପାସ ପୋର୍ଟ ନମ୍ବର ଏବଂ ବର୍ତ୍ତମାନ ରହୁଥିବା ସ୍ଥାନ ପୂରଣ କରିବା ପାଇଁ କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe