ଗାଜିଆାବାଦ୍: ଗାଜିଆବାଦ୍ରେ ମଧ୍ୟ ଭିଡ଼ହିଂସା ଦେଖିବାକୁ ମିଳିଛି। ଜଣେ ମୁସଲିମ୍ ଯୁବକ ହିନ୍ଦୁ ମହିଳାଙ୍କୁ ବିବାହ କରିବାକୁ ଯାଉଥିବାରୁ ତାଙ୍କୁ କିଛି ବିଶୃଙ୍ଖଳ ଜନତା ନିସ୍ତୁକ ମାଡ଼ ମାରିଛନ୍ତି। ତାଙ୍କ କାର୍ ମଧ୍ୟ ଭଙ୍ଗାରୁଜା କରିଛନ୍ତି। କିନ୍ତୁ ଯୁବକ ଜଣଙ୍କର ଜୀବନ ବଞ୍ଚିଯାଇଛି। ସୂଚନାନୁଯାୟୀ ନଏଡ଼ାର ବାଙ୍ଘେଲ ନିକଟସ୍ଥ ସଲାରପୁରରେ ରହୁଥିବା ସାହିଲ୍ ଖାନ୍ଙ୍କ ଘର ମଧ୍ୟପ୍ରଦେଶର ଭୋପାଳରେ। ତେବେ ସେ ପଶ୍ଚିମ ଉତ୍ତରପ୍ରଦେଶ ବିଜ୍ନୋରର ପ୍ରୀତି ସିଂହ ନାମକ ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କରିବାପାଇଁ ଗାଜିଆବାଦ୍ ତହସିଲ୍ରେ ପହଞ୍ଚିଥିଲେ। ଏହି ଖବର ପ୍ରଚାରିତ ହେବାପରେ ବିଶୃଙ୍ଖଳ ଜନତା ସାହିଲ୍ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଏକ ଭିଡିଓ ମଧ୍ୟ ଏବେ ଜାରି ହୋଇଛି।
ବିବାହକୁ ବିରୋଧ କରି ଆକ୍ରମଣ
Advertisment
Follow Us