Image Courtesy of NDTV
ବେଜିଙ୍ଗ୍: ୬୦ ବିଲିୟନ୍ ଡଲାର୍ ବିନିଯୋଗରେ ହେବାକୁ ଥିବା ‘ଚୀନ୍-ପାକିସ୍ତାନ ଇକୋନମିକ୍ କରିଡର୍’ କାର୍ଯ୍ୟକ୍ରମରେ ପାକିସ୍ତାନକୁ ନିବିଡ଼ ସହଯୋଗ କରିବା ଲାଗି ଚୀନ୍ ରବିବାର ଦିନ ପ୍ରତିଶ୍ରୁତି ଦେବା ସହ କଶ୍ମୀର ସମସ୍ୟାର ସମୁଚ୍ଚିତ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ବାନ ଦେଇଛି। କଶ୍ମୀର ସମସ୍ୟା ସମାଧାନ ନିମନ୍ତେ କୌଣସି ପ୍ରକାର ଏକତରଫା କାର୍ଯ୍ୟାନୁଷ୍ଠାନ ପରିସ୍ଥିତିକୁ ଜଟିଳ କରିଦେବାର ଆଶଙ୍କା ଥିବାରୁ ଏହାକୁ ବିରୋଧ କରୁଥିବା କଥା ମଧ୍ୟ ଚୀନ୍ କହିଛି।
ଚୀନ୍ ଗସ୍ତର ୪ର୍ଥ ତଥା ଶେଷ ଦିନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟି ଏକାଧିକ ପ୍ରସଙ୍ଗ ଆଲୋଚନା କରିଥିଲେ। ସେଥିରେ ଥିଲା ‘ଚୀନ୍-ପାକିସ୍ତାନ ଇକୋନମିକ୍ କରିଡର୍’ (ସିପିଇସି) ନିର୍ମାଣରେ ମନ୍ଥରତା ଏବଂ ପାକିସ୍ତାନରେ କେତେକ ପ୍ରକଳ୍ପରେ କାର୍ଯ୍ୟରତ ଚୀନା ସରକାରୀ କର୍ମଚାରୀଙ୍କ ଉପରେ ବାରମ୍ବାର ଆକ୍ରମଣ ନେଇ ବେଜିଙ୍ଗ୍ର ଦୁଃଶ୍ଚିନ୍ତା।
Image Courtesy of The Times of Indiaରାଷ୍ଟ୍ରାୟତ ‘ସିହୁଆ ନିଉଜ୍ ଏଜେନ୍ସି’ ରିପୋର୍ଟ କରିଛି: ଇମ୍ରାନ୍ ଖାଁଙ୍କ ସହ କଥାବାର୍ତ୍ତା ବେଳେ ସି କହିଛନ୍ତି ଯେ, ଦେଶର ସ୍ବାଧୀନତା, ସାର୍ବଭୌମତ୍ବ, ମର୍ଯ୍ୟାଦା ଏବଂ ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ଚୀନ୍ ପାକିସ୍ତାନକୁ ଦୃଢ଼ ସମର୍ଥନ କରୁଛି।
‘ସିପିଇସି’ର ଦ୍ରୁତ ଅଗ୍ରଗତି ନିମନ୍ତେ ପାକିସ୍ତାନକୁ ସହଯୋଗ କରିବାକୁ ଚୀନ୍ ଖୁବ୍ ଆଗ୍ରହୀ ଏବଂ ମୁଖ୍ୟ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କହିଛନ୍ତି।
‘ବେଜିଙ୍ଗ୍ ୱିଣ୍ଟର୍ ଅଲିମ୍ପିକ୍ସ୍’ର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଚୀନ୍ ଗସ୍ତ ଶେଷରେ ଜାରି ମିଳିତ ବିବୃତିରେ ଉଲ୍ଲେଖ ଅଛି ଯେ, ସବୁ ପକ୍ଷଙ୍କ ସାମୂହିକ ସ୍ବାର୍ଥ ରକ୍ଷା କରାଗଲେ ଦକ୍ଷିଣ ଏସିଆରେ ଶାନ୍ତ ଓ ସମୃଦ୍ଧ ହେବ ବୋଲି ଦୁଇ ନେତା ପୁନର୍ବାର କହିଛନ୍ତି।
Follow Us