ହଂକଂ: ଚୀନ୍ର ନୂତନ ପ୍ରତ୍ୟର୍ପଣ ଆଇନକୁ ବିରୋଧ କରି ଆଜି ହଂକଂରେ ବିକ୍ଷୋଭକାରୀମାନେ ସଂସଦରେ ଧସେଇ ପଶିଛନ୍ତି। ସଂସଦ ପରିସରରେ ସେମାନେ ଭଂଗାରୁଜା କରିବା ସହ ଚୀନ୍ ବିରୋଧରେ ସ୍ଲୋଗାନ ଦେଇଥିଲେ। ପୁଲିସର ଲାଠିମାଡ଼ ଏବଂ ମରିଚ ସ୍ପ୍ରେ ସତ୍ତ୍ବେ ବିକ୍ଷୋଭକାରୀମାନେ ୪୦ ମିନିଟ୍ ଧରି ହଙ୍ଗାମା କରିଥିଲେ। ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କୁ ଏହା ଆନ୍ଦୋଳନକାରୀଙ୍କ ସିଧାସଳଖ ଚ୍ୟାଲେଂଜ ବୋଲି କୁହାଯାଉଛି। ହଂକଂର କୌଣସି ମାମଲାରେ ଶୁଣାଣି ପାଇଁ ଅଭିଯୁକ୍ତକୁ ଚୀନ୍ ପଠାଇବା ଆବଶ୍ୟକ ନାହିଁ ବୋଲି ଆନ୍ଦୋଳନକାରୀମାନେ ଜୋର୍ଦାର ଦାବି କରିଛନ୍ତି। ଏହି ଆଇନ କାର୍ଯ୍ୟକାରୀ ହେଲେ ପ୍ରଥମେ ସଂସଦକୁ ଅଚଳ କରିଦିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି।
ହଂକଂ ସଂସଦରେ ଧସେଇ ପଶିଲେ ବିକ୍ଷୋଭକାରୀ
Advertisment
Follow Us