ଆସ୍ଥାରେ ଜିତିଲେ ବି ଦଳରେ ଜନସନଙ୍କୁ ବିରୋଧ...

Advertisment
ୟୁକ୍ରେନ ଯୁଦ୍ଧ ନେଇ ବୋରିସ ଜନସନ୍‌ଙ୍କ ଭବିଷ୍ୟବାଣୀ: ପୁଟିନ ହାରିଯିବେ, ଚୀନ୍‌ ଅଧିକ ସୁଦୃଢ଼ ହେବ

Image Courtesy of NDTV

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୋମବାର ସମ୍ମୁଖୀନ ହୋଇଥିବା ଅନାସ୍ଥା ଭୋଟରେ ଜିତିଥିଲେ ମଧ୍ୟ ନିଜ ଦଳ ଭିତରୁ ପ୍ରବଳ ବିରୋଧର ସମ୍ମୁଖୀନ ହେଉଛନ୍ତି। ସୋମବାର ସନ୍ଧ୍ୟାରେ ହୋଇଥିବା ଆସ୍ଥା ଭୋଟ ସପକ୍ଷରେ ୨୧୧ ଜଣ (୫୯ ପ୍ରତିଶତ) କଞ୍ଜର୍ଭେଟିଭ୍ ପାର୍ଟି ସାଂସଦ ଭୋଟ ଦେଇଥିବା ବେଳେ ବିପକ୍ଷରେ ୧୪୮ ଜଣ (୪୧ ପ୍ରତିଶତ) ଭୋଟ ଦେଇଥିଲେ। ସମସ୍ତ ୩୫୯ ଜଣ କଞ୍ଜର୍ଭେଟିଭ୍ ଏମ୍‌ପି ଏକ ଗୁପ୍ତ ବାଲଟରେ ଭୋଟ ଦେଇଥିଲେ। ସ୍ଥାନୀୟ ସମୟ ରାତି ୯ଟା (ଭାରତୀୟ ସମୟ ରାତି ୨ଟା ୩୦)ରେ ୧୯୨୨ କମିଟିର ମୁଖ୍ୟ ସାର୍ ଗ୍ରାହମ୍ ବ୍ରାଡି ଫଳ ଘୋଷଣା କରିଥିଲେ। ଜନସନଙ୍କୁ ଗାଦିରୁ ହଟାଇବା ପାଇଁ ତାଙ୍କ ବିପକ୍ଷରେ ଅତି କମ୍‌ରେ ୧୮୦ ଜଣ ଏମ୍‌ପିଙ୍କ ଭୋଟ ଆବଶ୍ୟକ ଥିବା ବେଳେ ୩୨ଟି ଭୋଟ ନିଅଣ୍ଟ ପଡ଼ିଥିଲା। ତେବେ ଯେତିକି ନେତା ତାଙ୍କ ବିରୋଧରେ ଭୋଟ ଦେଇଛନ୍ତି ତାହା ଆଶାଠାରୁ ଅଧିକ ଥିଲା। ଦଳ ଭିତରେ ତାଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ବଢ଼ୁଛି ବୋଲି ଏଥିରୁ ଜଣାପଡ଼ୁଛି।

ଜନସନଙ୍କ ଅବସ୍ଥା ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ପରି ଖରାପ। ଥେରେସା ୨୦୧୮ରେ ୨୦୦ ଭୋଟ (୬୩ ପ୍ରତିଶତ) ପାଇ ଆସ୍ଥା ଜିତିଥିଲେ ଏବଂ ତାଙ୍କ ବିରୋଧରେ ୧୧୭ଟି ଭୋଟ (୩୭ ପ୍ରତିଶତ) ଭୋଟ ପଡ଼ିଥିଲା। କିନ୍ତୁ ଏହାର ଛଅମାସ ଭିତରେ ତାଙ୍କୁ ବିଦା ହେବାକୁ ପଡ଼ିଥିଲା। ସେହିପରି ୧୯୯୦ ମସିହାରେ ମାର୍ଗାରେଟ ଥାଚରଙ୍କ ସପକ୍ଷରେ ୨୦୪ଟି ଭୋଟ (୫୫ ପ୍ରତିଶତ) ପଡ଼ିଥିବା ବେଳେ ତାଙ୍କ ବିରୋଧୀ ମାଇକେଲ ହେସେଲଟିନଙ୍କ ସପକ୍ଷରେ ପଡ଼ିଥିଲା ୧୫୨ଟି ଭୋଟ (୪୧ ପ୍ରତିଶତ)। ଏହାର ଦୁଇଦିନ ପରେ ଥାଚର ଇସ୍ତଫା ଦେଇଥିଲେ।
ବର୍ତ୍ତମାନ ଜନସନ ଦଳରୁ ପ୍ରବଳ ବିରୋଧର ସମ୍ମୁଖୀନ ହେଉଥି‌ଲେ ମଧ୍ୟ ସେ ତାକୁ ଖାତିର କରୁ ନ ଥିବା ପରି ମନେ ହେଉଛି। ତେଣୁ ବିରୋଧ ସତ୍ତ୍ବେ ସେ ସରକାର ଚଳେଇ ରଖିପାରନ୍ତି ବୋଲି ଅନେକେ ଅନୁମାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe