ଟ୍ରୁଡୋଙ୍କ ଦୋମୁହାଁ ନୀତିକୁ ବିରୋଧୀଙ୍କ ଭର୍ତ୍ସନା

Advertisment

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ବୀକାରୋକ୍ତି ପାଇଁ ଆଜି ବିରୋଧୀ ଦଳ ନେତାମାନେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ବୀକାରୋକ୍ତି ପାଇଁ ଆଜି ବିରୋଧୀ ଦଳ ନେତାମାନେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡ଼ୋଙ୍କ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ବୀକାରୋକ୍ତି ପାଇଁ ଆଜି ବିରୋଧୀ ଦଳ ନେତାମାନେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟ୍ରୁଡ଼ୋ ଗତକାଲି ଏକ ବଡ଼ ସ୍ବୀକାରୋକ୍ତି କରି କହିଥିଲେ ଯେ ନିଜାର ହତ୍ୟା ମାମଲାରେ କାନାଡା ସରକାରଙ୍କ ନିକଟରେ ଭାରତ ବିରୋଧରେ କୌଣସି ପ୍ରମାଣ ନାହିଁ।  କେବଳ ଗୁଇନ୍ଦା ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ତେବେ ଟ୍ରୁ‌ଡୋଙ୍କ ଏହି ଟିପ୍ପଣୀ ପରେ ଭାରତରେ ବିରୋଧୀ ଦଳ ନେତାମାନେ ତାଙ୍କୁ ଭର୍ତ୍ସନା କରିଛନ୍ତି।

କଂଗ୍ରେସ ମୁଖପାତ୍ର ଶର୍ମା ମହମ୍ମଦ ଟ୍ରୁଡୋ ଏକ ପରିହାସର ପାତ୍ର ବୋଲି କହିଥିବା ବେଳେ  ଟିଏମ୍‌ସି ସାଂସଦ ସକେତ ଗୋଖେଲ କହିଛନ୍ତି ଯେ କାନାଡା ନେତାଙ୍କ ଏଭଳି କପଟତା ଆଶ୍ଚର୍ଯ୍ୟଜନକ। କଂଗ୍ରେସ କହିଛି, ଜଣେ ବିଶ୍ବ ନେତା ବିନା ପ୍ରମାଣରେ ଭାରତ ବିରୋଧରେ ଅଭିଯୋଗ କରିବା ହାସ୍ୟାସ୍ପଦ। ଇତିମଧ୍ୟରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ପ୍ରଶ୍ନ କରିଛନ୍ତି ଯେ ଭାରତ ବିରୋଧରେ  ଲଗାତାର ଟିପ୍ପଣୀ ଦେବାପାଇଁ ଟ୍ରୁଡୋଙ୍କ ଉପରେ ଖଲିସ୍ତାନୀ ସମ୍ପ୍ରଦାୟର ଚାପ ପଡ଼ିଥିଲା କି ନାହିଁ ତାହା ସ୍ପଷ୍ଟ ହେବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe