ବିରୋଧୀ ମେଣ୍ଟରେ ଫାଟ, ଲୋକସଭାରେ ନେତା ଚୟନ କରିପାରୁନି କଂଗ୍ରେସ

Advertisment
ବିରୋଧୀ ମେଣ୍ଟରେ ଫାଟ, ଲୋକସଭାରେ ନେତା ଚୟନ କରିପାରୁନି କଂଗ୍ରେସ

ନୂଆଦିଲ୍ଲୀ: ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ବିରୋଧୀ ମେଣ୍ଟରେ ବଡ଼ ଧରଣର ଫାଟ ଦେଖିବାକୁ ମିଳିଛି। ବିରୋଧୀ ଦଳମାନଙ୍କ ପକ୍ଷରୁ ଏଥର ଅଧିବେଶନ ପୂର୍ବରୁ କୌଣସି ମିଳିତ ରଣନୀତି ଦେଖିବାକୁ ମିଳିନାହିଁ କି ବୈଠକ ଡକାଯାଇ ନାହିଁ। କଂଗ୍ରେସ ଲୋକସଭାରେ ନେତା ଚୟନ ମଧ୍ୟ କରିପାରି ନାହିଁ। ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ସଫଳତା ପରେ ବିରୋଧୀ ଦଳମାନଙ୍କ ସ୍ଥିତି ଦୋହଲି ଯାଇଛି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ପୂର୍ବରୁ ମିଳିତ ବୈଠକ ପାଇଁ ବିରୋଧୀ ନେତାମାନଙ୍କ ମଧ୍ୟରେ ସହମତି ହୋଇ ନପାରିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ମୋଦୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ମିଳିତ ପ୍ରୟାସ ହୋଇନାହିଁ କି କଂଗ୍ରେସ କିମ୍ବା ଅନ୍ୟ ବିରୋଧୀ ଦଳମାନଙ୍କ ଆଡ଼ୁ କୌଣସି ବୟାନ ଆସିନାହିଁ। କଂଗ୍ରେସ ଅଧ୍ୟକ୍ଷଙ୍କ ବର୍ତ୍ତମାନର ସ୍ଥିତିକୁ ନେଇ ମଧ୍ୟ ଦ୍ବନ୍ଦ୍ବ ଲାଗି ରହିଛି। ରାହୁଲ ଗାନ୍ଧୀ ତାଙ୍କ ଇସ୍ତଫା ନେଇ କାଏମ ରହିଥିବା ବେଳେ ଦଳ ଏ କ୍ଷେତ୍ରରେ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ଲୋକସଭାରେ କଂଗ୍ରେସର ନେତା ପଦ କାହାକୁ ମିଳିବ ସେ ନେଇ ଦଳ ଚୁପ୍‌ ରହିଛି। ଏ କ୍ଷେତ୍ରରେ ୟୁପିଏ ଅଧ୍ୟକ୍ଷା ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe