ସରକାରଙ୍କୁ ଘେରିଲେ ବିରୋଧୀ, ପ୍ରବାସୀ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ପାଖରେ ତଥ୍ୟ ନାହିଁ

ଏକ ନୂଆ ସଂସଦ ଭବନ ଲୋଡ଼ା

India TV News

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ କେତେ ପ୍ରବାସୀ ଶ୍ରମିକ ଚାକିରି ହରାଇଛନ୍ତି, କେତେଜଣ ମୃତ୍ୟୁବରଣ କରିଛନ୍ତି ତାହାର ତଥ୍ୟ ସରକାରଙ୍କ ନିକଟରେ ନାହିଁ। ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସରକାରଙ୍କ ପାଖରେ ମୃତ୍ୟୁ ସଂକ୍ରାନ୍ତ କୌଣସି ତଥ୍ୟ ନଥିବାରୁ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି। ଲୋକସଭାରେ ସରକାର ଲିଖିତ ଜବାବ ରଖି ଏହା କହିଥିବାବେଳେ ବିରୋଧୀ ଦଳ ନେତାମାନେ ସରକାରଙ୍କର ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି।

କିନ୍ତୁ ମନ୍ତ୍ରାଳୟ ପକ୍ଷରୁ ଏହା ସ୍ବୀକାର କରାଯାଇଛି ଯେ, ଲକ୍‌ଡାଉନ ସମୟରେ ୧ କୋଟିରୁ ଅଧିକ ପ୍ରବାସୀ ଦେଶର ବିଭିନ୍ନ ସ୍ଥାନରୁ ନିଜ ନିଜ ଗୃହ ରାଜ୍ୟକୁ ଫେରିଛନ୍ତି। କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ପକ୍ଷରୁ ଏହି ଉତ୍ତର ରଖାଯାଇଛି। କରୋନା ମହାମାରୀ ପାଇଁ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିବା ଦ୍ବାରା ଲକ୍ଷ ଲକ୍ଷ ଶ୍ରମିକ କାମଧନ୍ଦା ହରାଇଲେ। ଖାଇବା ଓ ରହିବାର ସୁଯୋଗ ନପାଇ ବିଭିନ୍ନ ଉପାୟରେ, ଏପରିକି ଚାଲିଚାଲି, ନିଜ ରାଜ୍ୟକୁ ଫେରିବାକୁ ଲାଗିଲେ। ଏହି ସମୟରେ ବାଟରେ ଦୁର୍ଘଟଣାରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ କେତେକ ରାଜ୍ୟ ରେଳ ମନ୍ତ୍ରାଳୟ ସହଯୋଗରେ ଶ୍ରମିକ ସ୍ପେସାଲ ଟ୍ରେନ ଚଳାଇଥିଲେ। ଟ୍ରେନ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। କିନ୍ତୁ ସେହି ସମୟରେ ଶ୍ରମିକମାନେ ଅକଥନୀୟ ଯାତନା ସହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe