କୃଷକଙ୍କୁ ମିଛ କହି ବିଭ୍ରାନ୍ତ କରୁଛନ୍ତି ବିରୋଧୀ: ମୋଦୀ

Advertisment

ନୂଆ କୃଷି ବିଲ୍‌ କୃଷକଙ୍କୁ ଦାସ କରିଦେବ: ରାହୁଲ

ନୂଆ କୃଷି ବିଲ୍‌ କୃଷକଙ୍କୁ ଦାସ କରିଦେବ: ରାହୁଲ

ସାମାଜିକ ସଶକ୍ତିକରଣ ପାଇଁ କୃତ୍ରିମ ବୁଦ୍ଧିମତାର କେତେ ଆବଶ୍ୟକତା ରହିଛି ସେ ବାବଦରେ ଆସନ୍ତାକାଲି କହିବେ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀ ଦଳମାନଙ୍କ ଉପରେ ବର୍ଷିଛନ୍ତି । ବିରୋଧୀ ଦଳମାନେ କୃଷକଙ୍କୁ ମିଛ କରି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦିନ ଦୟାଲ୍‌ ଉପାଧ୍ୟାୟଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ବିଜେପି କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, କୃଷି ବିଲ୍‌ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ବିରୋଧୀ ଦଳ ନେତାମାନେ ସେମାନଙ୍କ ଫାଇଦା ପାଇଁ କୃଷକଙ୍କୁ ବ୍ୟବହାର କରୁଛନ୍ତି ବୋଲି ମୋଦୀ କହିଛନ୍ତି। । ତେଣୁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା କୃଷକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଏହି ନୂଆ କୃଷି ବିଲ୍‌ର ଉପକାରିତା ସମ୍ପର୍କରେ ବୁଝାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ପୂର୍ବ ସରକାର ଅତି ଜଟିଳ ପ୍ରତିଶ୍ରୁତି ଦେଉଥିଲେ। ଯାହାକୁ କୃଷକମାନ‌େ ବୁଝିବାପାଇଁ ମଧ୍ୟ ଅକ୍ଷମ ଥିଲେ। କିନ୍ତୁ ବର୍ତ୍ତମାନର ସରକାର କୃଷକଙ୍କ କଲ୍ୟାଣ ପାଇଁ କିଛି ସଂସ୍କାର ଆଣିଛନ୍ତି। ଗୋଟିଏ ପଟେ କୃଷକମାନେ କୃଷି ବିଲ୍‌କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରଖିଥିବାବେଳେ ଅନ୍ୟପକ୍ଷେ ମୋଦୀ ବିରୋଧୀ ଦଳ ଉପରେ ବର୍ଷିଛନ୍ତି।

ନୂଆ କୃଷି ବିଲ୍‌ କୃଷକଙ୍କୁ ଦାସ କରିଦେବ: ରାହୁଲ
ନୂଆଦିଲ୍ଲୀ : କୃଷି ବିଲ୍‌ ପ୍ରସଙ୍ଗରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ସରକାର ଆ‌ଣିଥିବା ନୂଆ କୃଷି ବିଲ୍‌ କୃଷକମାନଙ୍କୁ ଦାସ କରିଦେବ । କୃଷକ ସଂଗଠନର 'ଭାରତ ବନ୍ଦ'କୁ ସମର୍ଥନ କରି ରାହୁଲ କହିଛନ୍ତି କୃଷକଙ୍କ ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଛଡ଼ାଇ ନିଆଯିବାକୁ ଯୋଜନା ହୋଇଛି। କଣ୍ଟ୍ରାକ୍ଟ ଫାର୍ମିଂ ଦ୍ବାରା କୃଷକମାନେ କୋଟିପତିଙ୍କର ଦାସ ହୋଇଯିବେ। ସେମାନଙ୍କୁ ଉଚିତ୍‌ ମୂଲ୍ୟ ମିଳିବନି କି ସମ୍ମାନ ମଧ୍ୟ ମିଳିବନି। କୃଷକ ନିଜ ଜମିରେ ନିଜେ ମୁଲିଆ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe