Image Courtesy of NDTV
ଭରୁଚ: ଦୁଇ ଥର ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ ବୋଲି ବିରୋଧୀ ଦଳର ଜଣେ ନେତା ତାଙ୍କୁ କହିଥିବା କଥା ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ବିଧବା, ବୟୋବୃଦ୍ଧ ଏବଂ ଗରିବ ନାଗରିକମାନଙ୍କୁ ଗୁଜରାଟ ସରକାରଙ୍କ ଆର୍ଥିକ ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଉପରୋକ୍ତ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ଦିନେ ମୋତେ ଜଣେ ଖୁବ୍ ବଡ଼ ନେତା ଭେଟିଲେ। ରାଜନୈତିକ ଭାବେ ସେ ସବୁବେଳେ ଆମକୁ ବିରୋଧ କରନ୍ତି, କିନ୍ତୁ ମୁଁ ତାଙ୍କୁ ମର୍ଯ୍ୟାଦା ଦିଏ। କେତେକ ପ୍ରସଙ୍ଗରେ ସେ ଅସନ୍ତୁଷ୍ଟ ଥିବାରୁ ମୋ ନିକଟକୁ ଆସିଥିଲେ।
ସେ ମୋତେ କହିଲେ, ମୋଦୀଜୀ ଦେଶବାସୀ ଆପଣଙ୍କୁ ଦୁଇ ଥର ପ୍ରଧାନମନ୍ତ୍ରୀ କଲେଣି। ଏଥର ଆଉ ଆପଣ କ’ଣ ଚାହୁଁଛନ୍ତି। ତାଙ୍କ ମତରେ ଜଣେ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଗଲେ ସବୁକିଛି ହାସଲ କରିପକାନ୍ତି।
Image Courtesy of The Times of Indiaସେ ଜାଣନ୍ତି ନାହିଁ ଯେ, ମୋଦୀ ଭିନ୍ନ ଉଚ୍ଛ୍ବାସରେ ଗଢ଼ା। ଗୁଜରାଟ ଭୂଇଁ ତାଙ୍କୁ ଜନ୍ମ ଦେଇଛି। ସେହି କାରଣରୁ ‘ଯାହା ହୋଇଛି, ହୋଇଛି, ଏଥର ମୁଁ ବିଶ୍ରାମ ନେବି’ କଥାଟିକୁ ମୁଁ ସହଜରେ ଗ୍ରହଣ କରିପାରେ ନାହିଁ। ଏବେ ମୋର ଅଭିଳାଷ ହେଉଛି ଜନମଙ୍ଗଳ ଯୋଜନାର ଶତପ୍ରତିଶତ ପ୍ରସାର।
ଉଲ୍ଲେଖଯୋଗ୍ୟ, ‘ଏନ୍ସିପି’ ମୁଖ୍ୟ ଶରଦ ପାୱାର୍ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍ଙ୍କ ପରିବାରବର୍ଗଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିମାନଙ୍କ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ କହିବାର ମାସେ ପରେ ପ୍ରଧାନମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
Follow Us