କୃଷି ଆଇନ ରଦ୍ଦ ପାଇଁ ସରକାରଙ୍କୁ ପ୍ରବର୍ତ୍ତାଇବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ବିରୋଧୀ ଦଳର ନେତା

Advertisment
କୃଷି ଆଇନ ରଦ୍ଦ ପାଇଁ ସରକାରଙ୍କୁ ପ୍ରବର୍ତ୍ତାଇବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ବିରୋଧୀ ଦଳର ନେତା

Business Line

ନୂଆଦିଲ୍ଲୀ: କୃଷି ଆଇନ ରଦ୍ଦ ପାଇଁ ଦାବି କରି ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ତୀବ୍ର ଓ ବ୍ୟାପକ କରୁଥିବା ବେଳେ ସେମାନଙ୍କ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ପ୍ରବର୍ତ୍ତାଇବାକୁ ଆଜି ଅପରାହ୍ନରେ ଦେଶର ବିରୋଧୀ ଦଳର ନେତାମାନେ ମିଳିତ ଭାବେ ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅନୁରୋଧ କରିଛନ୍ତି।

ମୁଖ୍ୟ ବିରୋଧୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ କେତେକ ବିରୋଧୀ ଦଳ; ଏନସିପି, ଡିଏମକେ, ସିପିଆଇ-ଏମ ସମେତ ଆହୁରି ବହୁ ଦଳର ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏହି ଅନୁରୋଧ କରିବା ସହ ରାଷ୍ଟ୍ରପତିଙ୍କୁ ଏସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳର ନେତାମାନେ କହିଛନ୍ତି ଯେ ଉପଯୁକ୍ତ ଆଲୋଚନା ଏବଂ ପରାମର୍ଶ ବିନା କେନ୍ଦ୍ର ସରକାର ଚାଷ ବିଲ୍‌ ପାରିତ କରି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ବିରୋଧୀ ଦଳ କୃଷି ବିଲ ଉପରେ ଏକ ଗଭୀର ଆଲୋଚନା ପାଇଁ ଏବଂ ଏହାକୁ ଚୟନ କମିଟି ପଠାଇବାକୁ ପଠାଯିବା ଉଚିତ ବୋଲି ସେମାନେ ରାଷ୍ଟ୍ରପତିଙ୍କୁ କହିଛନ୍ତି।

ସେମାନେ ରାଷ୍ଟ୍ରପତିଙ୍କୁ ସୂଚନା ଦେଇଛନ୍ତି ଯେ ଏହି କୃଷକ ବିରୋଧୀ ଆଇନକୁ ଫେରାଇ ନିଆଯିବା ଅତ୍ୟନ୍ତ ଜରୁରୀ। ବିନା ଆଲୋଚନାରେ ସରକାର ଯେଭଳି ଢ଼ଙ୍ଗରେ ଏହି ବିଲକୁ ପାରିତ କରାଇ ନେଇଛନ୍ତି ତାହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ। ଯେଉଁଭଳି ଭାବରେ ବିଲ୍‌ ଲାଗୁ କରାଯାଇଥିଲା, ତାହା ଦେଶର କୃଷକମାନଙ୍କ ପ୍ରତି ଅପମାନ ସଦୃଶ ଥିଲା। ତେଣୁ ଏହି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ପ୍ରବର୍ତ୍ତାଇବା ପାଇଁ ସେମାନେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe