ଜୁନ୍‌ ୨୩ରେ ବିରୋଧୀ ଦଳ ନେତାଙ୍କ ବୈଠକ: ରାହୁଲ, ମମତା, କେଜ୍ରିୱାଲ ଯୋଗଦେବେ

Advertisment
ଜୁନ୍‌ ୨୩ରେ ବିରୋଧୀ ଦଳ ନେତାଙ୍କ ବୈଠକ: ରାହୁଲ, ମମତା, କେଜ୍ରିୱାଲ ଯୋଗଦେବେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଣ ବିଜେପି ଦଳଗୁଡ଼ିକ ଏବେ ବିଜେପି ବିରୋଧରେ ଏକଜୁଟ ହୋଇଛନ୍ତି। ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ବିରୋଧୀ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ମୁଖ୍ୟ ଶରଦ ପାୱାର ଏବଂ ଡିଏମ୍‌କେ ସୁପ୍ରିମୋ ଏମ‌କେ ଷ୍ଟାଲିନଙ୍କ ସମେତ ଅନ୍ୟ ଶୀର୍ଷ ନେତାମାନେ ଯୋଗ ଦେବେ ବୋଲି ଜେଡିୟୁ ମୁଖ୍ୟ ଲଳନ ସିଂହ କହିଛନ୍ତି। ଜୁନ୍‌ ୨୩ରେ ‌ବୈଠକ ପାଇଁ ସମସ୍ତ ବିରୋଧୀ ଦଳ ରାଜି ହୋଇଛନ୍ତି।

ପୂର୍ବରୁ ଜୁନ୍‌ ୧୨ ତାରିଖରେ ଏହି ବୈଠକ ହେବାର ଥିଲା। କିନ୍ତୁ କଂଗ୍ରେସ, ଡିଏମ୍‌କେ ଏବଂ ସିପିଏମ୍‌ର ଅନୁରୋଧ ପରେ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ ଅଛନ୍ତି ଏବଂ ଏବେ ସେ ବିଦେଶରେ ଅଛନ୍ତି। ଉଲ୍ଲେଖଯୋଗ୍ୟ,ଏ‌ହି ବୈଠକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଏକ ପରିକଳ୍ପନା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ମେଣ୍ଟ ପାଇଁ ଏହି ବୈଠକ ନିର୍ଣ୍ଣାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe