ଜୁନ ୧୨ରେ ପାଟନାରେ ଏକାଠି ହେବେ ବିରୋଧୀ ଦଳ, ୨୦୨୪ ନିର୍ବାଚନରେ ବିଜେପିକୁ ହରାଇବାକୁ ହେବ ଆଲୋଚନା

Advertisment
ଜୁନ ୧୨ରେ ପାଟନାରେ ଏକାଠି ହେବେ ବିରୋଧୀ ଦଳ, ୨୦୨୪ ନିର୍ବାଚନରେ ବିଜେପିକୁ ହରାଇବାକୁ ହେବ ଆଲୋଚନା

ନୂଆଦିଲ୍ଲୀ : ବିହାରର ରାଜଧାନୀ ପାଟନାରେ ଆସନ୍ତା ୧୨ ତାରିଖରେ ବିରୋଧୀ ଦଳର ଏକ ବଡ଼ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ବିଜେପି ବିରୋଧୀ ଦଳମାନେ ଅଂଶଗ୍ରହଣ କରିବେ ବୋଲି ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନ ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦିଆଯାଇ ନଥିଲେ ମଧ୍ୟ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୨୪ ରେ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ସମାନ ଚିନ୍ତାଧାରାର ବିରୋଧୀ ଦଳକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ନିକଟ ଅତୀତରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ସାରିଛନ୍ତି । ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ସେ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ।

ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ ସୋମବାର ଦିଲ୍ଲୀ ଆସି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ। ଏହି ବୈଠକରେ ବିରୋଧୀ ଏକତାର ପ୍ରୟାସକୁ ତ୍ୱରାନ୍ୱିତ କରିବା ଏବଂ ଆଗକୁ ଯିବାର ବାଟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହା ସହିତ ଘୋଷଣା କରାଯାଇଥିଲା କି ଖୁବ୍ ଶୀଘ୍ର ବିରୋଧୀ ଦଳଗୁଡ଼ିକର ଏକ ବଡ଼ ବୈଠକ ବସିବ, ଯାହାର ତାରିଖ ଓ ସ୍ଥାନ ଦିନେ ଦୁଇ ଦିନ ମଧ୍ୟରେ ସ୍ଥିର ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe