Image Courtesy of India Today
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୂଡ଼ାନ୍ତ କରିବା ସହିତ ରଣନୀତି ପ୍ରସ୍ତୁତି କରିବା ନିମନ୍ତେ ଜୁନ୍ ୨୧ ତାରିଖ ଦିନ ୧୭ଟି ବିରୋଧୀ ଦଳର ନେତାମାନେ ଦିଲ୍ଲୀରେ ବୈଠକ କରିବେ।
ରାଷ୍ଟ୍ରପତି ନିର୍ବାଚନରେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ ଏବଂ ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲା ବିରୋଧୀ ଦଳମାନଙ୍କ ତରଫରୁ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ପ୍ରଧାନ ବିରୋଧୀ ଦଳ କଂଗ୍ରେସ ରାଷ୍ଟ୍ରପତି ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବା ଲାଗି ମନସ୍ଥ କରି ନ ଥିଲେ ବି ମିଳିତ ବିରୋଧୀ ଦଳମାନଙ୍କର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଇଚ୍ଛା ପ୍ରକାଶ କରିଛି।
/sambad/media/post_attachments/wp-content/uploads/2022/06/prez1-1.jpg)
ଜୁନ୍ ୧୫ ତାରିଖରେ ଆହୂତ ବୈଠକ ପରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ, ବିରୋଧୀ ପ୍ରତିକ୍ରିୟାଶୀଳ ନ ହୋଇ ପରିସ୍ଥିତିକୁ ସୁହାଇବା ଭଳି ସକ୍ରିୟ ହେବା ଉଚିତ। ନିର୍ଦ୍ଦିଷ୍ଟ କୌଣସି ପ୍ରାର୍ଥୀଙ୍କୁ ଠିଆ କରାଇବା କଥା କଂଗ୍ରେସ କଳ୍ପନା କରିନାହିଁ, କିନ୍ତୁ ସମସ୍ତଙ୍କୁ ସୁହାଇବା ଭଳି ପ୍ରାର୍ଥୀଙ୍କୁ ସମର୍ଥନ କରିବ।
ଜୁନ୍ ୧୭ ତାରିଖରେ ବି କଂଗ୍ରେସ ଗୁରୁତ୍ବାରୋପ କରି କହିଥିଲା ଯେ, ଆସନ୍ତା ବୈଠକରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୂଡ଼ାନ୍ତ କରାଯିବା ବେଳେ ସେମାନେ କାହାରି ନାମ ପ୍ରସ୍ତାବ ଦେବେ ନାହିଁ। ବରଂ ବିରୋଧୀମାନଙ୍କ ସର୍ବସମ୍ମତ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ।
ଉଲ୍ଲେଖଯୋଗ୍ୟ, ଜୁନ୍ ୨୧ ବୈଠକକୁ ‘ଆପ୍’ ଏବଂ ‘ଟିଆର୍ଏସ୍’କୁ ମଧ୍ୟ ଆମନ୍ତ୍ରଣ କରାଯିବ। ପାର୍ଲାମେଣ୍ଟ୍ ଆନେକ୍ସ୍ରେ ବିରୋଧୀ ଦଳମାନଙ୍କର ଉକ୍ତ ବୈଠକ ଆୟୋଜନ କରାଯାଇଛି।
Follow Us