Image Courtesy of India Today
ନୂଆଦିଲ୍ଲୀ : ବିରୋଧୀ ସାଂସଦ ମାନେ ଆଜି ପ୍ରତିରକ୍ଷା ସଂସଦୀୟ କମିଟି ବୈଠକରୁ ଅଧାରୁ ଓହରି ଆସିଛନ୍ତି। ସେମାନଙ୍କୁ ଅଗ୍ନିପଥ ଯୋଜନା ସଂକ୍ରାନ୍ତରେ ଆଲୋଚନା ପାଇଁ ଅନୁମତି ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ଏବଂ ବିଏସ୍ପି ସଦସ୍ୟ ଅଗ୍ନିପଥ ଯୋଜନା ସଂକ୍ରାନ୍ତରେ ଆଲୋଚନା ପାଇଁ କମିଟି ଅଧ୍ୟକ୍ଷ ଜୁଏଲ ଓରାମଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେମାନଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା। ତେଣୁ ସେମାନେ କମିଟି ଅଧାରୁ ଓହରି ଆସିଥିବା ଅଭିଯୋଗ ହୋଇଛି।
କଂଗ୍ରେସ ନେତା କେସି ବେଣୁଗୋପାଳ ଏବଂ ଉତ୍ତମ କୁମାର ରେଡ୍ଡି ଏବଂ ବିଏସ୍ପିର ଡାନିଶ ଅଲି ଏହି କମିଟିର ସଦସ୍ୟ ଅଛନ୍ତି। ସେମାନେ ଅଗ୍ନିପଥ ଯୋଜନା ସଂକ୍ରାନ୍ତରେ ଆଲୋଚନା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଓରାମ କହିଥିଲେ ଉକ୍ତ ପ୍ରସଙ୍ଗରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହେବ। ବୈଠକରେ ଅଧ ଘଣ୍ଟା ଆଲୋଚନା ପରେ ୩ ବିରୋଧୀ ସଦସ୍ୟ ବୈଠକରୁ ଓହରି ଆସିଥିଲେ।
Follow Us