ଇଡି ଅଫିସ୍‌କୁ ବିରୋଧୀ ସାଂସଦଙ୍କ ପଦଯାତ୍ରା: ପୁଲିସ ଅଟକାଇବାରୁ ଅଧାରୁ ‌ଫେରିଲେ

Advertisment

ଆଦାନି ମାମଲାର ତଦନ୍ତ ଦାବି

ଆଦାନି ମାମଲାର ତଦନ୍ତ ଦାବି

ଇଡି ଅଫିସ୍‌କୁ ବିରୋଧୀ ସାଂସଦଙ୍କ ପଦଯାତ୍ରା: ପୁଲିସ ଅଟକାଇବାରୁ ଅଧାରୁ ‌ଫେରିଲେ

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନବର୍ଗ ମାମଲାରେ ତଦନ୍ତ ଦାବି କରି ଆଜି ବିରୋଧୀ ଦଳର ସାଂସଦମାନେ ସଂସଦରୁ ଇଡି ଅଫିସ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ୧୮ଟି ଦଳର ସାଂସଦ ଆନ୍ଦୋଳନରେ ଯିବାବେଳେ ବାଟରେ ସେମାନଙ୍କୁ ପୁଲିସ ଅଟକାଇଥିଲା। ବିରୋଧୀ ନେତାମାନେ ଆଗକୁ ଯାଇ ନପାରିବାରୁ ଇଡି ଅଫିସ୍‌କୁ ସେମାନଙ୍କ ଯାତ୍ରା ବନ୍ଦ କ‌ରିଦେଇଥିଲା।। ପୁଣିଥରେ ସଂସଦକୁ ଫେରି ଆସିଥିଲେ। ମଧ୍ୟାହ୍ନ ପ୍ରାୟ ୧୨.୩୦ ସମୟରେ ଏହି ଆନ୍ଦୋଳନ ଯାତ୍ରା ଆରମ୍ଭ ହୋଇଥିଲା। କିନ୍ତୁ ବିରୋଧୀଙ୍କ ଆନ୍ଦୋଳନ ଯାତ୍ରାରେ ଟିଏମ୍‌ସି ଏବଂ ଏନ୍‌ସିପି ଯୋଗ ଦେଇନଥିଲେ।

ସଂସଦ ଫେରି ଆସିଥିବା ବିରୋଧୀ ରାଜନେତା କହିଛନ୍ତି, ଖୁବ୍‌ଶୀଘ୍ର ସେମାନେ ଇଡି ଅଧିକାରୀଙ୍କୁ ଭେଟି ଆଦାନି ମାମଲାର ତଦନ୍ତ ଦାବି କରିବେ। ସେମାନେ ଏକ ମିଳିତ ଅଭିଯୋଗ ପତ୍ର ଜାରି କରିବେ ବୋଲି କହିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଆମେମାନେ ୨୦୦ ଲୋକ ଥିଲୁ। କିନ୍ତୁ ପାଖାପାଖି ୨୦୦୦ ପୁଲିସ ଆମକୁ ଅଟକାଇଥିଲେ। ସେମାନେ ଆମ ସ୍ବରକୁ ଦବାଇବାକୁ ଚାହାନ୍ତି। ଅନ୍ୟପକ୍ଷେ ଟିଏମ୍‌ସି ଆ‌ଜି ଏହି ପ୍ରସଙ୍ଗରେ ପୃଥକ୍‌ ଆନ୍ଦୋଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe