ଧନକରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବ କଂଗ୍ରେସ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବ କଂଗ୍ରେସ । ଇଣ୍ଡି ମେଣ୍ଟର ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ସହ  ଟିଏମସି ଓ ଏସପି ଓ ଆପ୍ ଦଳର ସାଂସଦ ଧନକରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଛନ୍ତି।

 Times of India

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବ କଂଗ୍ରେସ । ଏଥିପାଇଁ ବିରୋଧୀ ପୂରାପୂରି ପ୍ରସ୍ତତ ବୋଲି ଜଗଣାପଡିଛି । ଇଣ୍ଡି ମେଣ୍ଟର ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ସହ  ଟିଏମସି ଓ ଏସପି ଓ ଆପ୍ ଦଳର ସାଂସଦ ଧନକରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିରେ ୭୦ଜଣ ସାଂସଦଙ୍କ ହସ୍ତାକ୍ଷର ରହିଥିବା ଜଣାପଡିଛି।  

ବିରୋଧୀ ଦଳମାନେ ସମ୍ବିଧାନର ଅନୁଚ୍ଛେଦ ୬୭, ବି ଅଧିନରେ ଧନକରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବାକୁ କହିଛନ୍ତି । କୁହାଯାଉଛି ସୋମାବାର ରାଜ୍ୟସଭାରେ ଜର୍ଜ ସୋରସଙ୍କ ପ୍ରସଙ୍ଗରେ ହୋଇଥିବା ହଙ୍ଗାମା ସମୟରେ ଧନକରଙ୍କ ଆଭିମୁଖ୍ୟକୁ ଦେଖି କଂଗ୍ରେସ ଓ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କହିଛି। ଗୃହରେ ହଙ୍ଗାମା ଭିତରେ ଦିଗବିଜୟ ସିଂ ଓ ରାଜୀବ ଶୁକ୍ଳାଙ୍କ ସହ କଂଗ୍ରେସ ସାଂସଦମାନେ ଗୃହ ସଭାପତିଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ କରି ପ୍ରଶ୍ନ କରିଥିଲେ। 

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ପାଇେଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଲୋଡା। ସାଂସଦଙ୍କ ହସ୍ତାକ୍ଷର ସହ ଅନାସ୍ଥା ପ୍ରସ୍ତାବ ସଚିବାଳୟକୁ ଯିବ। ଅତି କମରେ ୧୪ ଦିନ ପୂର୍ବରୁ ଦିଆଯାଇଥିବା ଏହି ନୋଟିସ ପରେ ରାଜ୍ୟସଭାରେ ଉପସ୍ଥିତ ସଦସ୍ୟଙ୍କ ବହୁମତ ଆଧାରରେ ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଲୋକସଭା ପଠାଯିବ । ରାଜ୍ୟସଭା ଅଧ୍ୟକ୍ଷ ଦେଶର ଉପରାଷ୍ଟ୍ରପତି , ଯାହା ଦ୍ବିତୀୟ ସର୍ବୋଚ୍ଚ ସମ୍ବିଧାନିକ ପଦ। ଏଭଳି ସ୍ଥିତିରେ ତାଙ୍କୁ ପଦରୁ ହଟାଇବାକୁ ହେଲେ ଲୋକସଭାରେ ମଧ୍ୟ ପ୍ରସ୍ତାବ ପାରିତ କରିବାକୁ ପଡିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe