ପ୍ରଧାନ ବିଚାରପତିଙ୍କ ବହିଷ୍କାର ପ୍ରସ୍ତାବ ନାକଚ ବିରୋଧରେ ସୁପ୍ରିମ୍‌ କୋର୍ଟ ଗଲେ ବିରୋଧୀ ଦଳ

Advertisment
ପ୍ରଧାନ ବିଚାରପତିଙ୍କ ବହିଷ୍କାର ପ୍ରସ୍ତାବ ନାକଚ ବିରୋଧରେ ସୁପ୍ରିମ୍‌ କୋର୍ଟ ଗଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କ ଦ୍ୱାରା ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବକୁ ନାକଚ ହେବା ପରେ ବିରୋଧୀ ଦଳର ନେତାମାନେ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌ କୋର୍ଟର ସହାୟତା ନେଇଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ଭାରତର ପ୍ରଧାନ ବିଚାରପତିଙ୍କୁ ବହିଷ୍କାର କରାଯିବାକୁ ଆଗତ ମହାଭିଯୋଗକୁ ନାକଚ କରିବା ନିଷ୍ପତ୍ତିକୁ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ସବୁ ଗ୍ରହଣ କରି ପାରୁ ନାହାନ୍ତି। ଗଣତନ୍ତ୍ରକୁ ନଷ୍ଟ କରୁଥିବା ଶକ୍ତି ଏବଂ ଗଣତନ୍ତ୍ରକୁ ଉଦ୍ଧାର କରୁଥିବା ସ୍ୱର ମଧ୍ୟରେ ଏହା ଗୋଟାଏ ଲଢ଼େଇ ବୋଲି କଂଗ୍ରେସ କହିଛି।

କଂଗ୍ରେସ ଦର୍ଶାଇଛି କି, ସାମ୍ବିଧାନିକ ବ୍ୟବସ୍ଥାନୁସାରେ ବହିଷ୍କାର ନିମନ୍ତେ ୫୦ ଜଣ ସାଂସଦଙ୍କ ସମ୍ମତି ଦରକାର ହେଉଥିବା ବେଳେ ଭାରତର ପ୍ରଧାନ ବିଚାରପତିଙ୍କ ବହିଷ୍କାର ପାଇଁ ପ୍ରାୟ ୬୪ ଜଣ ସାଂସଦ ରାଜି ହୋଇଥିଲେ।

ବିରୋଧୀ ଦଳମାନେ ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ଆଣିଥିବା ମହାଭିଯୋଗ ପ୍ରସ୍ତାବରେ ମେରିଟ୍‌ ନ ଥିବାରୁ ଏହାକୁ ବିଚାରକୁ ନ ନେବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସ୍ଥିର କରିଥିଲେ। ଏଥିପାଇଁ ଅବଶ୍ୟ ସେ ଅନେକ ସମ୍ବିଧାନିକ ଏବଂ ଆଇନ୍‌ ବିଶାରଦମାନଙ୍କ ପରାମର୍ଶ ଲୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe