ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଅପରେସନ ସିନ୍ଦୂରର ସଫଳତା ପରେ ତିନି ସେନାଙ୍କୁ ଓଡ଼ିଶା ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଛା ଜଣାଇଛନ୍ତି। ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପାକିସ୍ତାନ ଭିତରେ ତାଙ୍କ ଆଡ୍ଡାକୁ ନଷ୍ଟ କରାଯାଇଛି।
ସୈନ୍ୟ ଶକ୍ତିର ପରାକ୍ରମ ବିଶ୍ବ ଦେଖିଛି। ମନୋବଳ ଦୃଢ଼ କରିବାକୁ ସଭିଙ୍କୁ ଆହ୍ବାନ କରାଯାଇଛି। ସେନାକୁ ସମର୍ଥନ କରିବାକୁ ପରାକ୍ରମ ଶୋଭାଯାତ୍ରା ଆୟୋଜିତ କରାଯାଉଛି। ଅପରେସନ ସିନ୍ଦୂର ପରେ ସଭିଙ୍କ ମନ ଖୁସି ଅଛି।
ଅଧିକ ପଢ଼ନ୍ତୁ: ବିଷ ପିଇ ପରିବାର ଶେଷ
ଗୋପାଳପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭାର୍ଗବାସ୍ତ୍ର ନୂଆ ଭାବରେ ନିର୍ମିତ ହୋଇଛି। ଭାର୍ଗବାସ୍ତ୍ର ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଆହୁରି ଆଧୁନିକ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଡିଆରଡିଓର ଏହି ସଫଳତା ପରେ ଓଡିଶା ଆଜି ଗର୍ବିତ।
ଆତଙ୍କବାଦୀ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ ଭାରତର ସୈନିକ ଶକ୍ତିର ଶୌର୍ଯ୍ୟ, ସାହସ ଏବଂ ପରାକ୍ରମର ବଡ଼ ପ୍ରମାଣ ।#OperationSindoorpic.twitter.com/JrbRcXB0UL
— Dharmendra Pradhan (@dpradhanbjp) May 15, 2025
ବିପକ୍ଷ ଦଳ ଦାୟିତ୍ବ ସମ୍ପନ୍ନ ବ୍ୟବହାର କରିବା ଦରକାର ବୋଲି ସେ କହିଛନ୍ତି। ଭାରତର ଭୂମିକା, ସେନାର ଭୂମିକାକୁ ନେଇ ଆମେ ଗୌରବାନ୍ବିତ । ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ପାକିସ୍ଥାନର ଏତେ ଭିତରେ କ୍ଷେପଣାସ୍ତ୍ର ଇଲ ପଡ଼ିଛି। ଏହା ଗୌରବର କଥା। ବିରୋଧୀ ଦଳ ଧୈର୍ଯ୍ୟ ଧରନ୍ତୁ। ଗଣତନ୍ତ୍ରରେ ସଭିଙ୍କୁ ଆଲୋଚନା ପାଇଁ ସୁଯୋଗ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ସୀମାରେ ଶାନ୍ତିର ରାତି: ଅସ୍ତ୍ରବିରତି ପରେ ଆଉ ଆକାଶରେ ଉଡ଼ୁନି ଡ୍ରୋନ୍, ଶୁଭୁନି ବି ଗୁଳିର ଗର୍ଜନ... ସ୍ବାଭାବିକ ଜନଜୀବନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/15/xW5YIHo23Rpug6hTllIU.jpg)