ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳ

Advertisment
ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ସିବିଆଇ ବିଚାରପତି ବେଣୁଗୋପାଳ ହରିକିଶନ ଲୋୟାଙ୍କ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ବିରୋଧୀ ଦଳ ନେତାମାନେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବହୁ ବରିଷ୍ଠ ନେତା ଏ ସଂପର୍କରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ଏହି ମାମଲାର ଯାଞ୍ଚ ସୁପ୍ରିମ୍‌ କୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ଗଠିତ ଏସ୍‌୍‌ଆଇଟି ଦ୍ୱାରା କରାଇବା ପାଇଁ ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ରାହୁଲଙ୍କ ସମେତ କଂଗ୍ରେସ ନେତା କପିଲ ଶିବଲ, ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଏମ୍‌ ନେତା ଡି ରାଜା, ଟିଏମ୍‌ସି ନେତା ଇଦ୍‌ରିଶ ଅଲ୍ଲୀ, ମନିଷ ଗୁପ୍ତା, ସଂଜୟ ସିଂହ ପ୍ରମୁଖ ସାମିଲ ଥିଲେ। ରାହୁଲ କହିଛନ୍ତି ଯେ ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ ଦାବିପତ୍ରରେ ୧୧୫ ଜଣ ସାଂସଦ ଏବଂ ୧୫ଟି ରାଜନୈତିକ ଦଳ ଦସ୍ତଖତ କରିଛନ୍ତି। ବିଚାରପତି ଲୋୟାଙ୍କ ମୃତ୍ୟୁ ସନ୍ଦେହଜନକ ସ୍ଥିତିରେ ହୋଇଥିବା ଅନେକ ସାଂସଦ ସନ୍ଦେହ କରୁଥିବା କୁହାଯାଇଛି । କପିଲ ଶିବଲ କହିଛନ୍ତି ଯେ ସିବିଆଇ ଉପରେ ଭରସା ନଥିବାରୁ ଏହି ମାମଲାରେ ଏସ୍‌୍‌ଆଇଟି ଯାଞ୍ଚ ପାଇଁ ଦାବି କରାଯାଇଛି । ବିଚାରପତି ଲୋୟାଙ୍କ ମୃତ୍ୟୁ ମାମଲାର ଶୁଣାଣି ଏବେ ସୁପ୍ରିମ୍‌ କୋର୍ଟରେ ଚାଲିଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି। ଗତ ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ ଯେ ସେ କେବଳ ବିଚାରପତି ଲୋୟାଙ୍କ ମୃତ୍ୟୁ ସହ ଜଡ଼ିତ ମାମଲାର ଶୁଣାଣି କରିବେ। ଏହା ସହିତ ସଂପୃକ୍ତ ଅନ୍ୟ ପ୍ରସଙ୍ଗ ନେଇ କୋର୍ଟ ଶୁଣାଣି କରବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ସୂଚନାଯୋଗ୍ୟ ବହୁଚର୍ଚ୍ଚିତ ସୋହରାବୁଦ୍ଦିନ ଶେଖ୍‌ ଏନ୍‌କାଉଣ୍ଟର ମାମଲାର ଶୁଣାଣି କରୁଥିବା ବିଚାରପତି ଲୋୟାଙ୍କ ନାଗପୁରରେ ମୃତ୍ୟୁ ଘଟିଥିଲା। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲେ ମଧ୍ୟ ତାଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରାଯାଉଥିଲା ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ଲୋୟାଙ୍କ ମୃତ୍ୟୁ ପରେ ଯେଉଁ ବିଚାରପତି ଏହି ମାମଲାର ଶୁଣାଣି କରିଥିଲୋ ସେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଏହି ମାମଲାରୁ ଦୋଷମୁକ୍ତ କରିଥିଲେ। ଅମିତ ଶାହ ଗୁଜରାଟ ସରକାରରେ ମନ୍ତ୍ରୀ ଥିବା ସମୟରେ ଏହି ଏନ୍‌୍‌କାଉଣ୍ଟର ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe