ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୨୦ରେ: ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ସାଜିଥ ପ୍ରେମଦାସା

ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୨୦ରେ: ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ସାଜିଥ ପ୍ରେମଦାସା

India Today

କଲମ୍ବୋ : ଶ୍ରୀଲଙ୍କାରେ ଆସନ୍ତା ଜୁଲାଇ ୨୦ରେ ରାଷ୍ଟ୍ରପତି ନିର୍ବାଚନ ହେବ। ୧୫ ତାରିଖରେ ଶ୍ରୀଲଙ୍କା ସଂସଦରେ ସ୍ବାଭାବିକ କାର୍ଯ୍ୟ ଆରମ୍ଭ ହେବ ଏବଂ ଏହାର ୫ ଦିନ ପରେ ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଇତି ମଧ୍ୟ‌ରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିବାରୁ ଏହାକୁ ବିଭିନ୍ନ ମହଲରେ ଜୋରଦାର ବିରୋଧ କରାଯାଇଛି। ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ ଏସ୍‌ଜେବି (ସମାଗି ଜନ ବାଲ୍‌ୱେଗୟା) ସୋମବାର ଦିନ ସର୍ବସମ୍ମତିକ୍ରମେ ସାଜିଥ ପ୍ରେମଦାସାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି। ସଂସଦରେ ଏସ୍‌ଜେବିର ୫୦ ସାଂସଦ ଅଛନ୍ତି। ତେବେ ନିର୍ବାଚନ ଜିତିବାପାଇଁ ସେମାନଙ୍କୁ ୧୧୩ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଇତି ମଧ୍ୟରେ ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା କହିଛନ୍ତି, ସେ ମାତୃଭୂମିକୁ ସୁରକ୍ଷା ଦେବାପାଇଁ ଏବଂ ଦେଶର ଅର୍ଥନୀତି ସୁଦୃଢ଼ କରିବାପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧୀ ଦଳ ନେତାମାନେ କହିଛନ୍ତି, ନୂଆ ରାଷ୍ଟ୍ରପତି ଏବଂ ନୂଆ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏକ ସରକାର ଗଠନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଉଲ୍ଲେଖଯୋଗ୍ୟ, ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୧୯ରେ ପ୍ରାର୍ଥିପତ୍ର ଦାଖଲ ହେବ ଏବଂ ଜୁଲାଇ ୨୦ରେ ଭୋଟ୍‌ ଗ୍ରହଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe