'ଭୋଟ୍ ଜିହାଦ୍' ମନ୍ତବ୍ୟ ନେଇ ଫଡନବୀସ୍‌ଙ୍କୁ ଘେରିଲେ ବିରୋଧୀ

ସାଂସଦ ସୁପ୍ରିୟା ସୁଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍‌ଙ୍କ 'ଭୋଟ୍ ଜିହାଦ୍' ବିବୃତି ନେଇ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଗୃହମନ୍ତ୍ରୀ ଭାବରେ ତାଙ୍କ ରେକର୍ଡ ସବୁଠାରୁ ଖରାପ ରହିଛି। ତାଙ୍କର ଆଉ କିଛି କହିବାର ନାହିଁ, କାରଣ ସେ ରାଜ୍ୟ ପାଇଁ କିଛି କରିନାହାନ୍ତି...

ଅଦ୍ୟତନ ହୋଇଛି
WhatsApp Image 2024-10-02 at 8.53.46 PM

ମୁମ୍ବାଇ: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ବିଜେପି ନେତା ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ମହାରାଷ୍ଟ୍ର ରାଜନୀତିରେ 'ଭୋଟ୍ ଜିହାଦ୍' ବିବୃତି ଦେଇ ଏକ ଉତ୍ତେଜନାମୂଳକ ରାଜନୈତିକ ସ୍ଥିତି ସୃଷ୍ଟି କରିଛନ୍ତି।

ଏହାକୁ ନେଇ ଏବେ ବିରୋଧୀ ଦଳମାନେ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସୁପ୍ରିୟା ସୁଲେଙ୍କ ସମେତ ସଞ୍ଜୟ ରାଉତ, ନାନା ପାଟୋଲ ଏବଂ ବହୁ ବରିଷ୍ଠ ନେତା ଏହି ବିବୃତିକୁ ଏକ ପ୍ରସଙ୍ଗ କରି ଫଡନବୀସ୍‌ଙ୍କୁ ଟାର୍ଗେଟ କରିଛନ୍ତି।

ସୁପ୍ରିୟା ସୁଲେ କହିଛନ୍ତି, ମହାରାଷ୍ଟ୍ରରେ ଗୃହମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନବୀସ୍‌ଙ୍କ ରେକର୍ଡ ସବୁଠାରୁ ଖରାପ ରହିଛି। ତାଙ୍କର ଆଉ କିଛି କହିବାର ନାହିଁ, କାରଣ ସେ ରାଜ୍ୟ ପାଇଁ କିଛି କରିନାହାନ୍ତି।

ସୁଲେ କହିଛନ୍ତି ଯେ ଫଡନବୀସ୍‌ଙ୍କ ଦଳ ଇଡି ଏବଂ ସିବିଆଇ ଏଜେନ୍ସିର ଅପବ୍ୟବହାର କରୁଛି। ଏହା ଅନ୍ୟ ଦଳଗୁଡ଼ିକୁ ଭାଙ୍ଗିବା ଏବଂ ସେମାନଙ୍କର ନିର୍ବାଚନୀ ଚିହ୍ନ ଛଡ଼ାଇବା ପାଇଁ କାର୍ଯ୍ୟ କରୁଛି। ତେଣୁ ତାଙ୍କ ବିବୃତି ନେଇ ମୁଁ ଆଶ୍ଚର୍ଯ୍ୟ ନୁହେଁ, କାରଣ ତାଙ୍କର ଅନ୍ୟ କୌଣସି ଏଜେଣ୍ଡା ନାହିଁ।

'ଭୋଟ୍ ଜିହାଦ୍' ବିବୃତି ନେଇ  ଫଡନବୀସ୍‌ଙ୍କୁ ଲକ୍ଷ୍ୟ କରି ବଞ୍ଚିତ ବହୁଜନ ଅଘାଡି ନେତା ପ୍ରକାଶ ଆମ୍ବେଦକର କହିଛନ୍ତି, ଯଦି ତୁମେ ମୁସଲମାନ ଭୋଟକୁ ଜିହାଦ୍ ବୋଲି କହୁଛ, ତେବେ ତୁମେ ହିନ୍ଦୁ ଭୋଟର ଜିହାଦ୍ ମଧ୍ୟ କରୁଛ। ସେହିପରି କଂଗ୍ରେସ ସଭାପତି ନାନା ପାଟୋଲ ମଧ୍ୟ ଫଡନବୀସ୍‌ଙ୍କ ବିବୃତିକୁ ସମାନତାର ମୂଲ୍ୟବୋଧ ପ୍ରତି ଅପମାନ ବୋଲି କହିଛନ୍ତି।

ବରିଷ୍ଠ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ମଧ୍ୟ ଏହି ବିବୃତି ନେଇ ଫଡନବୀସ୍‌ଙ୍କୁ କଡ଼ା ସମାଲୋଚନା କରି ପ୍ରଶ୍ନ କରିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ ମେଣ୍ଟ ଗଠନ ଭୋଟ୍ ଜିହାଦ୍ ନୁହେଁ କି? ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଷୟରେ ସେ କହିଛନ୍ତି ଯେ ଆପଣ ୭୦,୦୦୦ କୋଟି ଟଙ୍କାର ସ୍କାମ କରିଥିବା ବ୍ୟକ୍ତିଙ୍କ ସହ ଅଛନ୍ତି।

ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍‌ କୋହ୍ଲାପୁରରେ କନେରି ମଠ ସନ୍ଥ ସମାବେଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି  ଲୋକସଭା ନିର୍ବାଚନ ସମ୍ପର୍କରେ ସେ କହିଥିଲେ ଯେ ମହାରାଷ୍ଟ୍ରର ୪୮ ଟି ଲୋକସଭା ଆସନ ମଧ୍ୟରୁ ୧୪ ଟି ଆସନରେ ଭୋଟ୍ ଜିହାଦ ଦେଖିବାକୁ ମିଳିଛି।

ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ହିନ୍ଦୁତ୍ୱ ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ଉତ୍ସାହର ସହିତ ଭୋଟ୍ ଦେଇଥିଲେ। ଏଥିସହ ଅନ୍ୟ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିବାବେଳେ ସେ କହିଥିଲେ ୧୪ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଜିହାଦ୍‌ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe