ଲୋକସଭା ବୈଠକ ପୂର୍ବରୁ ବିିରୋଧୀ ଦଳର ନେତାଙ୍କ ସହିତ ବୈଠକ କଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍

Advertisment
ଲୋକସଭା ବୈଠକ ପୂର୍ବରୁ ବିିରୋଧୀ ଦଳର ନେତାଙ୍କ ସହିତ ବୈଠକ କଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ: ଲୋକସଭା ବୈଠକ ପୂର୍ବରୁ ସୋମବାର ଦିନ ରାହୁଲ ଗାନ୍ଧୀ, କଂଗ୍ରେସର ବରିଷ୍ଠ ସଂସଦୀୟ ନେତା ଓ କିଛି ବିରୋଧୀଦଳ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ସମେତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଡିଏମକେ ଓ ଅନ୍ୟ କିଛି ଦଳର ନେତାମାନେ ସାମିଲ ହୋଇଥିଲେ । କୁହାଯାଉଛି କି, ଲୋକସଭାରେ ସରକାରଙ୍କୁ ଘେରିବାକୁ ଏହି ବୈଠକରେ ଯୋଜନା ପ୍ରସ୍ତୁତ ହୋଇଛି । ଆଗାମୀ ଲୋକସଭା ବୈଠକରେ ଚାଷୀ ଆନ୍ଦୋଳନକୁ ନେଇ କିଭଳି ସରକାରଙ୍କ ଉପରେ ଚାପ ପକାଯାଇ ପାରିବ ସେ ନେଇ ବି ଆଲୋଚନା ହୋଇଥିବା ସୂଚନା ମିଳିଛି ।

ସେପେଟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରୁ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । କୃଷକ ଆନ୍ଦୋଳନ ନେଇ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଡିଏନଏ ପର୍ଯ୍ୟନ୍ତ କଥା ନେଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶରେ ବୈଦେଶିକ ପୁଞ୍ଜି ନିବେଶର ନୂଆ ପରିଭାଷା ବି ବୁଝାଇଛନ୍ତି । ଏହା ସହ ଭାରତ ତା’ର ନାଗରିକମାନଙ୍କୁ ରକ୍ଷା କରିବା ନିମନ୍ତେ କରୋନାଭାଇରସ୍‌ରୂପୀ ଅଜ୍ଞାନ୍ତ ଶତ୍ରୁ ସହ ଲଢ଼ିଛି। ତେଣୁ, ଏହି ଲଢ଼େଇରେ ହୋଇଥିବା ବିଜୟ କୌଣସି ସରକାରଙ୍କର ନୁହେଁ, ସମଗ୍ର ଦେଶର ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe