ମୋଦୀଙ୍କ ଧ୍ୟାନର ସିଧା ପ୍ରସାରଣକୁ ବିରୋଧ: ଧ୍ୟାନ ସମୟରେ କ୍ୟାମେରା ଯିବା ଉଚିତ୍ କି ପ୍ରଶ୍ନ ଉଠାଇଲେ ବିରେଧୀ

ମୋଦୀଙ୍କ ଧ୍ୟାନର ସିଧା ପ୍ରସାରଣକୁ ବିରୋଧ: ଧ୍ୟାନ ସମୟରେ କ୍ୟାମେରା ଯିବା ଉଚିତ୍ କି ପ୍ରଶ୍ନ ଉଠାଇଲେ ବିରେଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦ ମ‌େ’ ସନ୍ଧ୍ୟା ଠାରୁ ୧ ଜୁନ୍ ସନ୍ଧ୍ୟା ପର୍ଯ୍ୟନ୍ତ କନ୍ୟାକୁମାରୀ ରକ୍ ମେମୋରିଆଲ୍ ଉପରେ ଧ୍ୟାନ କରିବେ । ଏହି ଖବର ଆସିବା ପରଠାରୁ ବିରୋଧୀଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭିଙ୍କ ନେତୃତ୍ୱରେ ଏକ ଟିମ୍ ବୁଧବାର ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚି ଏ ବାବଦରେ ଆପତ୍ତି ଉଠାଇଛନ୍ତି।

ଅଭିଷେକ ମନୁ ସିଂଭି କହିଛନ୍ତି ଯେ ଆମେ ନିର୍ବାଚନ ଆୟୋଗଙ୍କୁ କହିଛୁ ୪୮ ଘଣ୍ଟିଆ ନୀରବତା ସମୟରେ କାହାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରଚାର କରିବାକୁ ଦିଆଯାଉ ନାହିଁ। କୌଣସି ନେତା ଯାହା କରୁଛନ୍ତି, ଆମର ଏଥିରେ କିଛି ଆପତ୍ତି ନାହିଁ।

ସେ ଏକ ନୀରବତାର ଉପବାସ ପାଳନ କରନ୍ତୁ  କିମ୍ବା ଅନ୍ୟ କିଛି, ଆଦର୍ଶ ଆଚରଣ ବିଧି ସମୟରେ କୌଣସି ପରୋକ୍ଷ ପ୍ରଚାର ହେବା ଉଚିତ୍ ନୁହେଁ। ଆମେ ଅଭିଯୋଗ କରୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ସେ ଆସନ୍ତା ୩୦ ତାରିଖ ସନ୍ଧ୍ୟାରୁ ଏକ ନୀରବ ଉପବାସ ପାଳନ କରିବେ। ନୀରବ ଅବଧି ୩୦ ମେ’ ସନ୍ଧ୍ୟା ୭ଟା ରୁ ଜୁନ୍ ୧ ପର୍ଯ୍ୟନ୍ତ ହେବ। ଏହା ହେଉଛି ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ । ପ୍ରଚାର ଜାରି ରଖିବା କିମ୍ବା ନିଜକୁ ହେଡଲାଇନରେ ରଖିବା ପାଇଁ ଏହା ହେଉଛି କୌଶଳ।

ଆମେ ନିର୍ବାଚନ ଆୟୋଗଙ୍କୁ କହିଛୁ ଯେ ସେ ଜୁନ୍ ୧ ସନ୍ଧ୍ୟାର ୨୪ରୁ ୪୮ ଘଣ୍ଟା ପରେ ଏହାକୁ ଆରମ୍ଭ କରିବା ଉଚିତ୍। କିନ୍ତୁ ଯଦି ସେ ଗୁରୁବ‌‌ାର ଏହାକୁ ଆରମ୍ଭ କରିବାକୁ ଜିଦ୍ କରନ୍ତି, ତେବେ ଏହାର ପ୍ରିଣ୍ଟ୍ କିମ୍ବା ଅଡିଓ-ଭିଜୁଆଲ୍ ମିଡିଆ ଦ୍ୱାରା ପ୍ରସାରଣ ବନ୍ଦ କରାଯିବା ଉଚିତ୍।

କଂଗ୍ରେସ ବ୍ୟତୀତ ଟିଏମସି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ ନେଇ କଡ଼ା ସମାଲୋଚନା କରିଛି। ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ଧ୍ୟାନ କରିବା ସମୟରେ ଏକ କ୍ୟାମେରା ନେଇ ଯିବା ଜରୁରୀ ନୁହେଁ। ଆମେ ଏ ବିଷୟରେ ଅଭିଯୋଗ କରିବୁ।ଧ୍ୟାନ ସମୟରେ କ୍ୟାମେରା ନେବାର ଆବଶ୍ୟକତା କ’ଣ ରହିଛି ବୋଲି ମମତା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe