ନୂଆ ଅଗ୍ନିପଥ ଯୋଜନାକୁ ବିରୋଧ: ସେବା ସମୟ ୭ ବର୍ଷକୁ ବୃଦ୍ଧି ପାଇଁ ଦାବି

ରାଜ୍ୟ ପୂର୍ବତନ ସୈନିକ ସଂଘର କର୍ମକର୍ତ୍ତା ନିର୍ବାଚନ: ବ୍ରିଗେଡିୟର୍‌ ଅନ୍ତର୍ଯାମୀ  ସଭାପତି, କର୍ଣ୍ଣେଲ୍‌ ପ୍ରଶାନ୍ତ ସମ୍ପାଦକ

Image Courtesy: News Nation

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଅଗ୍ନିପଥ’ ଯୋଜନା ଆରମ୍ଭ କରିବାର ଦିନକ ପରେ କେତେକ ମହଲ ଏହି ଯୋଜନାକୁ ବିରୋଧ କରିଛନ୍ତି। କିଛି ଯୁବପିଢ଼ିଙ୍କ ଦାବି ଅନୁଯାୟୀ ସରକାର ସେମାନଙ୍କୁ ବୋକା ବନାଉଛନ୍ତି। ବିହାରର ମୁଜାଫରପୁର ଏବଂ ବକ୍ସାରରେ ଆଜି ଆନ୍ଦୋଳନ ହୋଇଛି। ଆନ୍ଦୋଳନକାରୀମାନେ କହିଛନ୍ତି, ୪ ବର୍ଷ ପରେ ସେମାନେ କ’ଣ କରିବେ। ସେନାରେ ଯୋଗ ଦେବାପାଇଁ ଜଣେ ଆଶାୟୀ ପ୍ରାର୍ଥୀ ଶିବମ କୁମାର କହିଛନ୍ତି, ୨ ବର୍ଷ ଧରି ମୁଁ ପ୍ରସ୍ତୁତ ହେଉଛି। ତେବେ ମୁଁ କେବଳ କ’ଣ ୪ ବର୍ଷ ପାଇଁ ଚାକରି କରିବି। ବିଭିନ୍ନ ମହଲରୁ ସରକାରଙ୍କ ଏହି ନୂଆ ଯୋଜନାକୁ ସମାଲୋଚନା କରାଯାଇଛି। ସମାଲୋଚକମାନେ କହିଛନ୍ତି, ୪ ବର୍ଷର କାର୍ଯ୍ୟକାଳ ରୢାଙ୍କ୍‌ରେ ଲଢ଼ିବା ମନୋବୃତ୍ତି ଉପରେ ପ୍ରଭାବ ପକାଇବ। ବିଭିନ୍ନ ଅବସରପ୍ରାପ୍ତ ମେଜର ଜେନେରାଲ୍‌ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଅବସରପ୍ରାପ୍ତ ମେଜର ଜେନେରାଲ୍‌ ବିଏସ୍‌ ଧନୋଓା କହିଛନ୍ତି, ସେନାବାହିନୀ ପାଇଁ ନିକଟରେ ଘୋଷଣା ହୋଇଥିବା ନିଯୁକ୍ତି ନୀତିରେ ୨ଟି ସୁପାରିସ କରୁଛି। ପ୍ରଥମଟି ହେଉଛି ସେବା ସମୟ ୪ ବର୍ଷରୁ ୭ ବର୍ଷକୁ ବୃଦ୍ଧି କରାଯାଉ ଏବଂ ଏହି ଅବଧି ପରେ ୨୫ ପ୍ରତିଶତ ବଦଳରେ ୫୦ ପ୍ରତିଶତ ସୈନିକଙ୍କୁ ନିଆଯାଉ ବୋଲି ସେ ସୁପାରିସ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସରକାରଙ୍କ ନୂଆ ଯୋଜନା ଅନୁଯାୟୀ ୧୭.୫ରୁ ୨୧ ବର୍ଷ ମଧ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କୁ ସେନାରେ ନିଯୁକ୍ତି ମିଳିବ। ସେମାନଙ୍କ କାର୍ଯ୍ୟକାଳ ୪ ବର୍ଷ ରହିବ। ଏହି ସମୟ ମଧ୍ୟରେ ସେମାନଙ୍କୁ ମାସିକ ଦରମା ୩୦,୦୦୦-୪୦,୦୦୦ ମିଳିବ ଏବଂ ଏଥିସହ ଅନ୍ୟ ଭତ୍ତା ମଧ୍ୟ ମିଳିବ। ସେମାନଙ୍କୁ ମେଡିକାଲ ଏବଂ ଇନସୁରାନ୍ସ ସୁବିଧା ମଧ୍ୟ ମିଳିବ। ୪ ବର୍ଷ ପରେ ଏମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ସୈନିକ ସେନାରେ ରହିବେ ଏବଂ ସେମାନେ ସମ୍ପୂର୍ଣ୍ଣ ୧୫ ବର୍ଷ ପର୍ଯ୍ୟନ୍ତ ଅଣ ଅଫିସର ରୢାଙ୍କ୍‌ରେ ରହିବେ। ଅନ୍ୟମାନଙ୍କୁ ସେନାରୁ ବାହାରି ଯିବାକୁ ପଡ଼ିବ। ସେମାନଙ୍କୁ ପ୍ରାୟ ୧୨ ଲକ୍ଷ ଟଙ୍କାର ପ୍ୟାକେଜ୍‌ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe