ଚେନ୍ନାଇ: ତାମିଲନାଡ଼ୁରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ରାଜନୈତିକ ମହଲରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେରୁ ବିତାଡ଼ିତ ନେତା ଓ ପନ୍ନିରସେଲଭମ୍‌ (ଓପିଏସ୍‌) ଶୁକ୍ରବାର ଶାସକ ଦଳ ଡିଏମ୍‌କେରେ ଯୋଗ ଦେଇଛନ୍ତି। ଏଆଇଏଡିଏମକେର ଦିବଂଗତ ନେତ୍ରୀ ଜେ ଜୟଲଳିତାଙ୍କ ଅନୁଗତ ଭାବେ ପରିଚିତ ପନ୍ନିରସେଲଭମ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଡିଏମ୍‌କେରେ ସାମିଲ କରିଛନ୍ତି। ଚେନ୍ନାଇ ସ୍ଥିତ ଡିଏମ୍‌କେ ମୁଖ୍ୟାଳୟ‌ରେ ଏହିମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

Advertisment

ମନ୍ତ୍ରୀ ପିଏସ୍ ଶେକର ବାବୁ ନେଇଥିଲେ ବଡ଼ ଭୂମିକା

ଆସନ୍ତା ବିଧାନସଭା ନିର୍ବାଚନରେ ଓପିଏସ୍‌ଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଥେନିର ବୋଡୁ ମେଟ୍ଟୁ ବିଧାନସଭା ଆସନରୁ ଛିଡ଼ା କରାଯିବ। ଓପିଏସ୍‌ ଓ ଡିଏମ୍‌କେ ନେତାଙ୍କ ମଧ୍ୟରେ ଅନେକ ଥର ଆଲୋଚନା ପରେ ତାଙ୍କୁ ଡିଏମକେରେ ସାମିଲ କରାଯାଇଛି। ମନ୍ତ୍ରୀ ପିଏସ୍ ଶେକର ବାବୁଙ୍କର ଏଥିରେ ବଡ଼ ଭୂମିକା ରହିଥିଲା। ପନ୍ନିର୍‌ସେଲଭମଙ୍କୁ ସାମିଲ କରିବା ଦ୍ବାରା ଡିଏମ୍‌କେ ଦକ୍ଷିଣ ତାମିଲନାଡ଼ୁରେ ଏହାର ସ୍ଥିତି ମଝଭୁତ କରିଛି। ବିଶେଷ କରି ଥେଭର୍‌ ବେଲ୍ଟରେ ପନ୍ନିରସେଲଭରଙ୍କର ପ୍ରଭାବ ରହିଥିବାରୁ ଡିଏମ୍‌କେକୁ ଏଥିରେ ଲାଭ ମିଳିବ। ଡିଏମ୍‌କେରେ ପନ୍ନିରସେଲଭମ୍‌ଙ୍କ ଯୋଗଦାନ ଦକ୍ଷିଣ ତାମିଲନାଡ଼ୁରେ ଏଆଇଏଡିଏମ୍‌କେ ସ୍ଥିତିକୁ ଅଧିକ ଦୁର୍ବଳ କରିବ।

ଆହୁରି ପଢନ୍ତୁ - Rinku Singh's father Death ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ, କର୍କଟ ରୋଗରେ ପୀଡ଼ିତ ଥିଲେ

ପଲାନିସ୍ବାମୀ ସ୍ବେଚ୍ଛାଚାରୀ ଭାବେ ଦଳକୁ ପରିଚାଳନା କରୁଛନ୍ତି 

ଡିଏମ୍‌କେରେ ଯୋଗଦେବା ପରେ ଓପିଏସ୍‌ଏଆଇଏଡିଏମ୍‌କେ ମୁଖ୍ୟ ଇଡପ୍ପାଦି କେ ପଲାନିସ୍ବାମ (ଇପିଏସ୍)ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଓପିଏସ୍‌ ପଲାନିସ୍ବାମୀଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଇପିଏସ୍‌ଙ୍କ ଅହଙ୍କାର ଓ କ୍ଷମତାର ଅପବ୍ୟବହାର ଯୋଗୁ ଦଳ ଏପରି ସ୍ଥିତିରେ ପହଞ୍ଚି ଯାଇଛି ଯେ, ଏହା ଆଉ କେବେ ନିର୍ବାଚନ ଜିତି ପାରିବ ନାହିଁ। ପଲାନିସ୍ବାମୀ ସ୍ବେଚ୍ଛାଚାରୀ ଭାବେ ଦଳକୁ ପରିଚାଳନା କରୁଛନ୍ତି ବୋଲି ଓପିଏସ୍‌ କହିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କ ସୁଶାସନରେ ରାଜ୍ୟରେ ଉନ୍ନତି ଘଟିଛି ବୋଲି ସେ କହିଛନ୍ତି। ତିନିଥର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଓପିଏସ୍‌ ଜୟଲଳିତାଙ୍କ ମୃତ୍ୟୁ ପରେ ଦଳ ଭିତରେ ତୀବ୍ର କ୍ଷମତା କନ୍ଦଳର ସମ୍ମୁଖୀନ ହୋଇଥିଲେ। ପଲାନିସ୍ବାମୀଙ୍କ ସହିତ ତାଙ୍କ ଶତ୍ରୁତା ପରେ ଏଆଇଏଡିଏମ୍‌କେର ସାଙ୍ଗଠନିକ ନିୟନ୍ତ୍ରଣ ହରାଇଥିଲେ। ନିଜର ଅଲଗା ଦଳ ପ୍ରତିଷ୍ଠା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ। ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପନ୍ନିରସେଲଭମ୍‌ ଏଆଇଏଡିଏମ୍‌କେକୁ ଫେରିବାକୁ ଚାହୁଥିଲେ ମଧ୍ୟ ପଲାନିସ୍ବାମୀଙ୍କ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିଲା।

ଆହୁରି ପଢନ୍ତୁ - Bowler Aquib Nabi ଚର୍ଚ୍ଚାର କେନ୍ଦ୍ରରେ ଦ୍ରୁତ ବୋଲର୍‌ ଆକିବ୍‌ ନବି