କୋଭିଡ୍‌ ନିୟମ ନ ମାନି ବାହାଘର ଶୋଭାଯାତ୍ରାରେ ନାଚିବା ମାମଲା: ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

Advertisment
ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ ମହଙ୍ଗା ପଡ଼ିଲା: ସୁକିନ୍ଦା ତହସିଲଦାର ନିଲମ୍ବିତ

ନୂଆଦିଲ୍ଲୀ : କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ଭାଇଙ୍କ ବାହାଘର ଶୋଭାଯାତ୍ରାରେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍ ବେହେରା ନାଚିବା ମାମଲ‌ାରେ ଜାତୀୟ ମାନବାଧିକାର ଅୟୋଗ (ଏନ୍‌ଏଚ୍‌ଆର୍‌ସି) ଜଗତ୍‌ସିଂହପୁର ଜିଲ୍ଲାପାଳଙ୍କୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‌ ନିୟମକୁ ଅଣଦେଖା କରି ଅଧିକାରୀଙ୍କ ନାଚିବା ସଂପର୍କରେ ସୁପ୍ରିମ‌୍‌କୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାଖଲ କରାଯାଇଥିଲା।

ଅଭିଯୋଗ ଅନୁସାରେ, ଜଗତ୍‌ସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ୍‌ ଅର୍ନ୍ତଗତ ଜଗନ୍ନାଥପୁର ଗାଆଁ ପାଖରେ ସୁକିନ୍ଦାର ତହସିଲଦାର ରୂପେ କାର୍ଯ୍ୟ କରୁଥିବା ଓଏଏସ୍‌ ଅଧିକାରୀ ବୁଲ୍‌ବୁଲ୍ ବେହେରା ତାଙ୍କର ଭାଇ ଓ ପରିବାର ସଦସ୍ୟଙ୍କ ସହିତ ବାହାଘର ପ୍ରସେସନରେ ନାଚି କୋଭିଡ୍‌ ଗାଇଡ୍‌ଲାଇନ୍‌ର ଉଲଂଘନ କରୁଥିବାବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ନିଷ୍କ୍ରିୟ ରହିଥିଲେ। ଯାହା ଜନସାଧାରଣଙ୍କ ଜୀବନ ପ୍ରତି ଘାତକ ତଥା ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥିଲା। ବାହାଘର ଶୋଭାଯାତ୍ରାରେ ଭାଗ ନେଇଥିବା ସମସ୍ତ ଲୋକଙ୍କ ବିରୋଧରେ ଆଇପିସି, ମହାମାରୀ ଆଇନ ଓ ଡିଜାଷ୍ଟର ଆଇନ ଅନ୍ତର୍ଗତ ମାମଲା କାହିଁକି ରୁଜୁ କରାଯାଇ ନାହିଁ ବୋଲି ଅଭିଯୋଗକାରୀ ପିଟିସନରେ ପ୍ରଶ୍ନ କରିଥିଲେ। ଏନ୍‌ଏଚ୍‌ଆର୍‌ସି ଜଗତ୍‌ସିଂହପୁର ଜିଲ୍ଲାପାଳଙ୍କୁ ଆଠ ସପ୍ତାହ ଭିତରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେ ସଂପର୍କରେ ଅଭିଯୋଗକାରୀଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe