Photo-Oneindia
ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଗୁଜବ ପ୍ରଚାର ହେବା ପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଫେସବୁକ ଏବଂ ଟିକଟକକୁ ମିଥ୍ୟା ତଥ୍ୟ ବିସ୍ତାର କରୁଥିବା ପୋଷ୍ଟଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ସ୍ଥିତ ଡିଜିଟାଲ ଆନାଲିଟିକ୍ସ ଫାର୍ମ ଭଏଜର ଇନଫୋସେକର ରିପୋର୍ଟ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ଗୁଜବ ମାଧ୍ୟମରେ ଧାର୍ମିକ ପରିବେଶକୁ ଭାଙ୍ଗିବାର ଭିଡିଓକୁ ଦର୍ଶାଯାଇଛି।
Image Source: Zee Newsକେତେକ ଭିଡିଓରେ, କରୋନା ସମ୍ବନ୍ଧୀୟ ନିର୍ଦ୍ଦେଶନାମା ପାଳନ ନକରିବାରୁ ଧାର୍ମିକ କାରଣ ଦର୍ଶାଯାଇଥିଲା | ଏହା ପରେ ଟିକଟକ ଏବଂ ଫେସବୁକ୍ ରୁ ଏହିପରି ସୂଚନା ବିସ୍ତାର କରୁଥିବା ପୋଷ୍ଟଗୁଡିକୁ ହଟାଇବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।
ମନ୍ତ୍ରଣାଳୟ ପକ୍ଷରୁ ଟିକଟକ ଏବଂ ଫେସବୁକ୍ କୁ ଲେଖାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ କରୋନାକୁ ପରାସ୍ତ କରିବାକୁ ସରକାର କରୁଥିବା ଉଦ୍ୟମକୁ ଏହି ସବୁ ଭାଇରଲ ପୋଷ୍ଟ ବିଭ୍ରାନ୍ତ କରୁଛି । ଏହାର ଜବାବରେ ଟିକଟକ ଏବଂ ଫେସବୁକ୍ ନିଜ ବିବୃତ୍ତିରେ କହିଛନ୍ତି, 'ମିଥ୍ୟା ଖବର ଏବଂ ଗୁଜବ ବିରୋଧରେ ଆମେ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ।
Follow Us